ଶନିବାର ଭୁବନେଶ୍ୱର ବିମାନବନ୍ଦର ଡମ୍ପିଂ ୟାର୍ଡ ନିକଟରେଏକ କଳରାପତରିଆ ବାଘ ବୁଲୁଥିବାର ସୂଚନା ମିଳିଥିଲା । ସେନେଇ ସ୍ପଷ୍ଟିକରଣ ରଖିଛି ବନବିଭାଗ । ବାଘ ବୁଲୁଥିବା ଭାବି ଯନ୍ତା ଓ ଟ୍ରାପ୍ କ୍ୟାମେରା ଲାଗିଥିବା ବେଳେ ସେଥିରେ ବାଘ ବଦଳରେ ବଣଭୂଆଁ ବୋଲି ଦେଖିବାକୁ ମିଳିଛି। ଏହାପରେ ଏହା କଲରାପତରିଆ ବାଘ ନୁହେଁ, ବଣଭୂଆଁ ନେଇ ସ୍ପଷ୍ଟ କରିଛି ବନ ବିଭାଗ । କିନ୍ତୁ ବଣଭୂଆଁକୁ କାବୁ କରିନାହାନ୍ତି ବନବିଭାଗ । କାବୁ କରିବା ପାଇଁ ଚେଷ୍ଟା ଜାରି ରହିଛି । ଏବେ ବି ଯନ୍ତା ବସାଯାଇଥିବା ସୂଚନା ମିଳିଛି ।

ସୂଚନା ଯୋଗ୍ୟ; ଶନିବାର ବିମାନ ବନ୍ଦର ଡ୍ରମ୍ପଂୟାର୍ଡ ପାଖରେ ବାଘ ବୁଲୁଥିବାର ସେଠି କାମ କରୁଥିବା ଲୋକ ଦେଖିଥିଲେ । ତାହା ବାଘ ବୋଲି ସେମାନେ କହିଥିଲେ । ଏହାପରେ ବନ ବିଭାଗ ରେଞ୍ଜରଙ୍କ ସହ ସ୍ବତନ୍ତ୍ର ଟିମ୍ କ୍ୟାମେରା ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ। ସଂପୃକ୍ତ ଅଞ୍ଚଳକୁ ଲୋକଙ୍କୁ ନ ଯିବାକୁ ବନ ବିଭାଗର ପକ୍ଷରୁ ବାରଣ କରାଯାଇଥିଲା। ବିମାନ ବନ୍ଦର ଡମ୍ପିଂ ୟାର୍ଡ ନିକଟରେ ବାଘ ଦେଖା ଯିବା ପରେ କାବୁ କରିବାକୁ ବନ ବିଭାଗ ଉଦ୍ୟମ ଜାରି ରଖିଥିଲା। । କୁକୁଡା ଥୋପ ଦେଇ ଯନ୍ତା ବସାଇଥିଲା ବନବିଭାଗ । ହେଲେ ସେଥିରେ କିଛି ସୁଫଳ ନମିଳିବାରୁ ଶନିବାର ବିଳମ୍ବିତ ରାତିରେ ୪ଟି ଟ୍ରାପ୍ କ୍ୟାମେରା ଲଗାଇଥିଲେ। ଏହାପରେ ଆଜି ସକାଳେ ବନ ବିଭାଗ ସ୍ପଷ୍ଟ କରିଛି କଲରାପତରିଆ ବାଘ ନୁହେଁ, ବଣଭୂଆଁ  ।

Leave a Reply

Your email address will not be published. Required fields are marked *