କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ଅନ୍ତର୍ଗତ ଆଶା ଦିଦି ଶିବାନୀ ମଣ୍ଡଳ ମାନବିକତା ଓ ନିସ୍ଵାର୍ଥପରତାର ଉତ୍କୃଷ୍ଟ ପ୍ରଦର୍ଶନ କରି ବାତ୍ୟା ଦାନା ସମୟରେ ପ୍ରଂଶସନୀୟ କାର୍ଯ୍ୟ କରିଥିବାରୁ ରାଜ୍ୟ ସରକାରଙ୍କ ନିର୍ଦେଶ କ୍ରମେ ଜିଲ୍ଲା ପ୍ରଶାସନ ତରଫରୁ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ ) ଗୃହ ମଞ୍ଜୁର କରାଯାଇଛି ।ସାହାସୀ ଆଶା ଦିଦି ଶିବାନୀ ମଣ୍ଡଳଙ୍କୁ ମିଳିଲା ପିଏମ ଆୱାସ ଘର। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଶିବାନୀଙ୍କୁ ଘର କାର୍ଯ୍ୟାଦେଶ ଦେଇଛି ଜିଲ୍ଲା ପ୍ରଶାସନ। ଏହାପରେ ଆବାସ ଯୋଜନା ପାଇଁ ଆଶା ଦିଦି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ।

ସୂଚନା ଯୋଗ୍ୟ; କେନ୍ଦ୍ରାପଡ଼ା ରାଜନଗର ଅଞ୍ଚଳର ଆଶା ଦିଦି ଶିବାନୀ ମଣ୍ଡଳ ବାତ୍ୟା ସମୟରେ ବୟସ୍କା ମହିଳାଙ୍କୁ ଦେଢ କିଲୋମିଟର ପିଠିରେ ବୋହି ଆଶ୍ରୟସ୍ଥଳକୁ ଆଣିଥିଲେ। ଲୋକଙ୍କ ଜୀବନ ରକ୍ଷା ପାଇଁ ସ୍ଥାନାନ୍ତରଣ ସମୟରେ ତାଙ୍କ ଉତ୍ସର୍ଗୀକୃତ କାର୍ଯ୍ୟ ଉଦାହରଣୀୟ। ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଟେଲିଫୋନ୍ ଯୋଗେ ତାଙ୍କ ସହ କଥାହୋଇ ବାତ୍ୟା ସମୟରେ ମାନବିକତାର ପ୍ରକୃତ ନିଦର୍ଶନ ଦେଖାଇଥିବାରୁ ଧନ୍ୟବାଦ ଜଣାଇଛନ୍ତି।

ମୁଖ୍ୟମନ୍ତ୍ରୀ ଆଶା ଦିଦିଙ୍କ ସହ ଫୋନ୍‌ରେ କଥା ହେବା ପରେ ଜାଣିବାକୁ ପାଇଲେ ଯେ ସେ ଦିନ ସେ ସମୁଦାୟ ୭ଜଣ ବୟସ୍କ ଏବଂ ୨ ଜଣ ପ୍ରସୂତୀଙ୍କୁ ପିଠିରେ ବୋହି ଆଶ୍ରୟସ୍ଥଳକୁ ନେଇଥିଲେ।ମୁଖ୍ୟମନ୍ତ୍ରୀ ତାଙ୍କର ଏହି ଉତ୍ସର୍ଗୀକୃତ ସେବାର ଉଚ୍ଚ ପ୍ରଶଂସା କରିଥିଲେ ଏଥି ସହିତ ଆଶା ଦିଦିଙ୍କ ଘର ନଥିବା ଜାଣିବାକୁ ପାଇବା ପରେ ସଙ୍ଗେ ସଙ୍ଗେ ରାଜନଗର ବିଡିଓଙ୍କୁ ତାଙ୍କୁ ତୁରନ୍ତ ଏକ ଘର ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଯାହା ଆଶା ଦିଦିଙ୍କୁ ଦେଇଥିବା ପ୍ରତିଶୃତି ପାଳନ କରିଛନ୍ତି ମୁଖ୍ୟମନ୍ତ୍ରୀ ।

Leave a Reply

Your email address will not be published. Required fields are marked *