ରାଜ୍ୟରୁ ଟଳିଯାଇଛି ବାତ୍ୟା ଦାନାର ପ୍ରକୋପ। କିନ୍ତୁ ଛଡ଼ାଇ ନେଇଛି ଚାଷୀଙ୍କ ଜୀବିକା । ବାତ୍ୟା ଦାନାରେ କେତେ ଫସଲ କ୍ଷୟକ୍ଷତି ହୋଇଛି ସେ ନେଇ କୃଷି ମନ୍ତ୍ରୀ ତଥା ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ସମୀକ୍ଷା କରିଛନ୍ତି । ଭୁବନେଶ୍ଵର କୃଷି ଭବନରେ କୃଷି ସଚିବ ଅରବିନ୍ଦ ପାଢୀଙ୍କ ସମେତ ବହୁ ବରିଷ୍ଠ ଅଧିକାରୀମାନେ ସମୀକ୍ଷା କରିଛନ୍ତି । ପ୍ରଭାବିତ ହୋଇଥିବା ଜିଲ୍ଲାର ଜିଲ୍ଲାପାଳ ମାନେ ମଧ୍ୟ ଭର୍ଚୁଆଲରେ ସାମିଲ ହୋଇଥିଲେ । ବାତ୍ୟା ଜନିତ ଫସଲ କ୍ଷୟକ୍ଷତି ନେଇ ବୈଠକରେ ଆଲୋଚନା ହୋଇଛି ।

ସମୀକ୍ଷା ପରେ ଆଜି ସାମ୍ନାକୁ ଆସିଛି ଆସିଲା ବାତ୍ୟା ଦାନ ପାରେ ହୋଇଥିବା ପ୍ରାଥମିକ କ୍ଷୟକ୍ଷତି ରିପୋର୍ଟ । ରିପୋର୍ଟ ଅନୁଯାୟୀ ବାତ୍ୟାରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ୭୯ ହଜାର ୬୭୧ ହେକ୍ଟର ଚାଷ ଜମି କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି ।  କେନ୍ଦ୍ରାପଡ଼ାର ରାଜକନିକା, ଆଳି, ମହାକାଳପଡ଼ା ବ୍ଲକରେ ସର୍ବାଧିକ କ୍ଷତି ହୋଇଛି । ସମୁଦାୟ ୧ ଲକ୍ଷ ୯୯ ହଜାର ୧୭୭ ଏକର ଜମିରେ ଚାଷ କ୍ଷତିଗସ୍ତ।

କେନ୍ଦ୍ରାପଡ଼ାରେ ୨୩ ହଜାର ହେକ୍ଟର ଜମି କ୍ଷତିଗସ୍ତ ହୋଇଥିବା ବେଳେ ଭଦ୍ରକରେ ୨୪ ହଜାର ୧୧୫ ହେକ୍ଟର ଜମି କ୍ଷତିଗ୍ରସ୍ତ । ବାଲେଶ୍ୱରରେ ୩,୧୪୦ ହେକ୍ଟର , ମୟୂରଭଞ୍ଜରେ ୨୩୮୧ ହେକ୍ଟର, ଯାଜପୁରରେ ୨୭୦୯, ଜଗତସିଂହପୁରରେ ୨୪୯୮ ହେକ୍ଟର ଜମି କ୍ଷତିଗସ୍ତ ହୋଇଛି ।

ଅନ୍ୟପକ୍ଷରେ ବାତ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ଚାଷୀଙ୍କୁ ସହାୟତା ମିଲିବ ବୋଲି କୃଷି ସଚିବ ଅରବିନ୍ଦ ପାଢୀଙ୍କ ସୂଚନା ଦେଇଛନ୍ତି । ରାଜସ୍ୱ ଓ କୃଷି ଅଧିକୀରୀଙ୍କ ମିଳିତ ସହଯୋଗରେ କ୍ଷୟକ୍ଷତି ଗଣନା କରାଯିବ ।

 

Leave a Reply

Your email address will not be published. Required fields are marked *