ଭୁବନେଶ୍ବର ବିମାନ ବନ୍ଦରରେ ପୁଣି କଲରାପତରିଆ ବାଘ ଆତଙ୍କ । ବିମାନ ବନ୍ଦର ପରିସର ଡମ୍ପିଂ ୟାର୍ଡରେ ବାଘଟିକୁ ଡମ୍ପିୟାର୍ଡ କର୍ମଚାରୀ ମାନେ ଦେଖିଥିବା ସୂଚନା ମିଳିଛି । ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃ୍ଷ୍ଟି ହୋଇଛି । ବିମାନବନ୍ଦର ଆଖପାଖ ଅଞ୍ଚଳବାସୀଙ୍କ ମଧ୍ୟରେ କୋକୁଆ ଭୟ ଖେଳାଯାଇଛି । ବାଘକୁ ଠାବ କରିବାକୁ ବନ ବିଭାଗ ଓ ପୋଲିସ ପକ୍ଷରୁ ଉଦ୍ୟମ କରାଯାଉଛି ।

ସୂଚନା ଅନୁସାରେ, ଆଜି ସକାଳୁ ସକାଳୁ ଭୁବନେଶ୍ୱର ବିମାନବନ୍ଦର ନିକଟରେ ଥିବା ଡମ୍ପିଆର୍ଡରେ ଏକ କଳରାପତରିଆ ବାଘ ବୁଲୁଥିବାର ଡମ୍ପିୟାର୍ଡରେ କାମ କରୁଥିବା କର୍ମଚାରୀମାନେ କଲରାପତରିଆ ବାଘ ଦେଖିଥିଲେ। ଏହାପରେ ତୁରନ୍ତ ବନବିଭାଗକୁ ଖବର ଦେଇଥିଲେ । ଖବର ପାଇଁ ଘଟଣାସ୍ଥଳରେ ବନ ବିଭାଗ ଏବଂ ପୋଲିସ ଘଟଣା ସ୍ଥଳୀରେ ପହଞ୍ଚି ବାଘକୁ ଠାବ କରି ପାଇଁ ଉଦ୍ୟମ ଆରମ୍ଭ କରାଯାଇଛି । ବନ ବିଭାଗ ପ୍ଲାଷ୍ଟିକ ଜାଲ ଆଣି ବାଘକୁ ଧରିବାକୁ ଉଦ୍ୟମ ଆରମ୍ଭ କରିଛି । ତେବେ ଏହା ଏପରି ଘଟିବାର ପ୍ରଥମ ଘଟଣା ନୁହେଁ ଏହା ପୂର୍ବରୁ ଗତ ୨୦୧୯ ଫେବ୍ରୁଆରୀ ୨୦ ତାରିଖରେ ଏୟାରପୋର୍ଟ ଅଞ୍ଚଳରେ ବାଘ ଦେଖିବା ପାଇଁ ମିଳିଥିଲା ପରେ ବାଘଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲା ବନବିଭାଗ ।

 

 

Leave a Reply

Your email address will not be published. Required fields are marked *