ବାତ୍ୟା ‘ଦାନା’ ପାଇଁ ରାଜ୍ୟର କିଛି ଅଞ୍ଚଳରେ ଲୋକମାନେ ଭୟଭୀତ ଥିବାବେଳେ ରାଜ୍ୟବାସୀଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଇଥିଲେ କିନ୍ତୁ ବାତ୍ୟା ସମୟରେ ଲୋକଙ୍କ ସହ କିଛି ସରକାରୀ କର୍ମରୀଙ୍କ ଦୁର୍ବ୍ୟବହାର ନେଇ ଅଭିଯୋଗ ଆସିବା ପରେ ରାଜ୍ୟ ସରକାର ୩ ପିଇଓଙ୍କ ସମେତ ଜଣେ ଆରଆଇଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି  ।ବାତ୍ୟା ସମୟରେ କାର୍ଯ୍ୟରେ ଅବହେଳା ପାଇଁ ୪ ସରକାରୀ କର୍ମଚାରୀଙ୍କୁ ନିଲମ୍ବିତ କଲେ ରାଜ୍ୟ ସରକାର। ୩ ପିଇଓଙ୍କ ସମେତ ଜଣେ ଆରଆଇଙ୍କୁ ନିଲମ୍ବନ ପାଇଁ ସରକାର ନିର୍ଦ୍ଦେଶ ଦେଇଥିବା ନେଇ ସୂଚନା ଦେଲେ ରାଜସ୍ବ ମନ୍ତ୍ରୀ ସୂରେଶ ପୂଜାରୀ। ସେ କହିଛନ୍ତି ବାତ୍ୟା ସମୟରେ ନିଲମ୍ବିତ ୪ କର୍ମଚାରୀ ଲୋକଙ୍କୁ କଟୁକଥା କହିଥିବା ଅଭିଯୋଗ ହୋଇଥିଲା। ତେଣୁ ନିଜ କର୍ଯ୍ୟରେ ଅବହେଳା ପାଇଁ ୪ ସରକାରୀ କର୍ମଚାରୀଙ୍କୁ ନିଲମ୍ବିତ କଲେ ରାଜ୍ୟ ସରକାର

 

Leave a Reply

Your email address will not be published. Required fields are marked *