ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ବଡ ଝଟକା ଲାଗିଛି । ଏନସିପିରେ ସାମିଲ ହୋଇଛନ୍ତି ପୂର୍ବତନ ଦିବଂଗତ ବିଧାୟକ ନେତା ବାବା ସିଦ୍ଦିକିଙ୍କ ପୁଅ ଜିଶାନ ସିଦ୍ଦିକ। ଆଜି ବିଧିବଦ୍ଧ ଭାବେ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ଉପସ୍ଥିତିରେ ଦଳରେ ସାମିଲ ହୋଇଛନ୍ତି ଜିଶାନ। ଏନସିପିରେ ସାମିଲ ହେବା ପରେ ତାଙ୍କୁ ସ୍ବାଗତ କରିଛନ୍ତି ଅଜିତ ପାୱର । ଏନସିପି ଦଳରେ ଯୋଗଦେବା ମାତ୍ରେ ତାଙ୍କୁ ଟିକେଟ ଦେବାକୁ ଅଜିତ ପାୱାର ଘୋଷଣା କରିଥିଲେ। ସେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ବାନ୍ଦ୍ର ଇଷ୍ଟରୁ ନିର୍ବାଚନ ଲଢିବେ । କଂଗ୍ରେସରେ ଥିବାବେଳେ ଜିଶାନ ୨୦୧୯ରେ ଏହି ଆସନରୁ ପ୍ରାର୍ଥୀ ହେବା ସହ ବିଜୟୀ ମଧ୍ୟ ହୋଇଥିଲେ। ଚଳିତ ନିର୍ବାଚନରେ ଜିଶାନଙ୍କୁ ଟକ୍କର ଦେବେ ଉଦ୍ଧବ ଠାକରେଙ୍କ ଭଣଜା ବରୁଣ ସରଦେସାଇ।

ମହାରାଷ୍ଟ୍ରର ସମସ୍ତ ୨୮୮ ଆସନରେ ଆସନ୍ତା ୨୦ ତାରିଖରେ ଭୋଟ ହେବ। ୨୩ରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ।

ସେହିପରି ପୂର୍ବ ବିଧାୟକ ଜିଶାନ ସିଦ୍ଦିକି କହିଛନ୍ତି, ମୋର ଏବଂ ମୋ ପରିବାରର ପାଇଁ ଭାବନାତ୍ମକ ଦିନ । ଏଭଳି କଠିନ ସମୟରେ ମୋ ଉପରେ ବିଶ୍ବାସ କରିବା ପାଇଁ ଅଜିତ ପାୱାର, ପ୍ରଫୁଲ ପଟେଲ, ସୁନୀଲ ତଟକରେଙ୍କୁ କୃତଜ୍ଞତା । ମୋତେ ବାନ୍ଦ୍ରା ଇଷ୍ଟରୁ ଟିକେଟ ମିଳିଛି । ମୋର ବିଶ୍ବାସ ଯେ, ସମସ୍ତ ଲୋକଙ୍କ ଭଲପାଇବା ଏବଂ ସମର୍ଥନରେ ପୁଣିଥରେ ଏହି ସିଟରୁ ବିଜୟ ଲାଭ କରିବି । ମୋ ବାପା ଅସମ୍ପୂର୍ଣ୍ଣ ଛାଡିଥିବା ସଂଗ୍ରାମକୁ ମୁଁ ସମ୍ପୂର୍ଣ୍ଣ କରିବି।

Leave a Reply

Your email address will not be published. Required fields are marked *