ବିଜେପି ପକ୍ଷରୁ ଜାରି ହେଲା ବାତ୍ୟା ପାଇଁ ହେଲ୍ପ ଲାଇନ୍ ନଂ । ଏନେଇ ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ହେଲ୍ପ ଲାଇନ୍ ନଂ ହେଲା ୦୬୭୪-୨୩୯୩୯୮୪ ।

ହେଲ୍ପ ଲାଇନ୍ ନଂ ଜାରି କରିବା ସହ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି ବାତ୍ୟା ପାଇଁ ବିଜେପିର ସବୁ କାର୍ଯ୍ୟକ୍ରମ ବନ୍ଦ ରହିବ । ସମସ୍ତ ବିଧାୟକ, ମନ୍ତ୍ରୀ ଓ କାର୍ଯ୍ୟକର୍ତ୍ତା ଲୋକଙ୍କ ସେବାରେ ରହିବେ ।ମୁକାବିଲା ପାଇଁ ଦଳମତ ନିର୍ବିଶେଷରେ ଆଗେଇ ଆସନ୍ତୁ ।

ଏହା ସହ ମନମୋହନ ସାମଲ ଏହି ସମୟରେ ଭୟଭୀତ ନ ହୋଇ ଧୈର୍ଯ୍ୟର ସହ ବାତ୍ୟା ପରିସ୍ଥିତିର ମୁକାବିଲା ପାଇଁ ଓଡ଼ିଶାବାସୀଙ୍କୁ ପରାମର୍ଶ ଦେବା ସହ ସମ୍ଭାବ୍ୟ ବାତ୍ୟା ପରିସ୍ଥିତିର ସଫଳ ମୁକାବିଲା ପାଇଁ ଜିରୋ କାଜୁଆଲିଟି ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ରଖିଥିବାବେଳେ ସେବା, ସହାୟତା, ରିଲିଫ୍‌ କାର୍ଯ୍ୟରେ ପ୍ରଶାସନ ଓ ସରକାରଙ୍କୁ ପୂର୍ଣ୍ଣ ସହଯୋଗ କରିବାକୁ ମନମୋହନ କାର୍ଯ୍ୟକର୍ତ୍ତାମାନଙ୍କୁ ଆହ୍ବାନ ଦେଇଛନ୍ତି

Leave a Reply

Your email address will not be published. Required fields are marked *