ଯୁବନେତାଙ୍କ ଅସନ୍ତୋଷ ବିଜଦରେ ଟାଣିପାରେ ବିଭାଜନ ରେଖା !

ଯୁବ ନେତାଙ୍କ ମଧ୍ୟରେ ଅସନ୍ତୋଷ ବଢ଼ୁଥିବା ବିଜେଡି ନେତୃତ୍ବ ପାଇଁ ବଡ଼ ଚିନ୍ତାର କାରଣ ହୋଇଛି । ଦଳର ବରିଷ୍ଠମାନେ ଅସନ୍ତୁଷ୍ଟ ଥିଲେ। ସେମାନଙ୍କ ଭିତରୁ କେତେଜଣ ଗତ ନିର୍ବାଚନ ବେଳେ ଦଳୀୟ ପରିଚାଳନାକୁ ନେଇ ପାଣ୍ଡିଆନଙ୍କୁ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ସମାଲୋଚନା କରିଛନ୍ତି । କିନ୍ତୁ କେବେବି ଯୁବନେତାମାନେ ସାମ୍ନାକୁ ଆସିନଥିଲେ। ୭ ଜଣ ପରାଜିତ ଯୁବନେତା ଏକାଠି ହେବା ଘଟଣା ନବୀନ ଓ ପାଣ୍ଡିଆନଙ୍କ ପରବର୍ତ୍ତୀ ଗୋଟି ଚାଳନାକୁ ଭଣ୍ଡୁର କରିବାକୁ ଯାଉଛି ।

ଯେଉଁ ୭ ଜଣ ପରାଜିତ ପ୍ରାର୍ଥୀ ପ୍ରିୟା ହୋଟେଲରେ ଏକାଠି ହୋଇଥିଲେ, ସେମାନେ ହେଲେ ଦେବେଶ ଆଚାର୍ଯ୍ୟ, ବିଷ୍ଣୁବ୍ରତ ରାଉତରାୟ, ରୂଦ୍ର ମହାରଥୀ, ସମ୍ବିତ ରାଉଚରାୟ, ପ୍ରଣବ ବଳବନ୍ତରାୟ, ଚନ୍ଦ୍ରସାରଥୀ ବେହେରା ଏବଂ ଅଂଶୁମାନ ମହାନ୍ତି ।

‘ନିର୍ଭୟ’କୁ ମିଳିଥିବା ସୂଚନା ଅନୁସାରେ ୭ଜଣ ଯୁବନେତା ଏକାଠି ହେବାପରେ ସେମାନଙ୍କୁ ଅଧିକରୁ ଅଧ‌ିକ ସମର୍ଥନ ମିଳୁଛି ଦଳର ଯୁବଗୋଷ୍ଠୀ ପକ୍ଷରୁ । ସେମାନଙ୍କ ମଧ୍ୟରେ ଅନେକ ବିଧାୟକ ଅଛନ୍ତି । ବିଧାୟକ ଥାଇ ବି ସେମାନଙ୍କ ଚିନ୍ତାର କାରଣ ହେଲା ନବୀନଙ୍କ ପରେ ଦଳର ହେବ କ’ଣ ? କୁଆଡ଼େ ଯିବେ ? ଭାଜପା ସମସ୍ତଙ୍କୁ ନେଇପାରିବ କି ? ତେଣୁ ସେମାନେ ମଧ୍ୟ ଭବିଷ୍ୟତ ଚିନ୍ତାରେ ବାଉଳି ହେଲେଣି । ଏହି କାରଣରୁ ୭ଜଣି ଆ ଯୁବଗୋଷ୍ଠୀ ଯଦି ୭୦ରେ ପରିଣତ ହୁଅନ୍ତି, ତେବେ କେହି ବିସ୍ମିତ ହେବେ ନାହିଁ ।

ଆଗରୁ ଅଧିକ ତଥ୍ଯ ପାଇଁ ତଳେ ଦିଆଯାଇଥିବା ପେପର ପଢନ୍ତୁ:-

Leave a Reply

Your email address will not be published. Required fields are marked *