ପ୍ରଚାର କେମିତି ଦରଦାମକୁ ପ୍ରଭାବିତ କରେ, ତାହାର ପୁଣି ଏକ ନମୁନା ଆସିଛି ସାମ୍ନାକୁ । ସମ୍ଭାବ୍ୟ ବାତ୍ୟା ‘ଦାନା’ ଏକ ନିଶ୍ଚିତ ରୂପ ନେଇନାହିଁ । କିନ୍ତୁ ଗତ ଦୁଇ ଦିନ ହେଲା ବିଭିନ୍ନ ଚ୍ୟାନେଲ ଏହି ବାତ୍ୟାକୁ ନେଇ ଏଭଳି ପ୍ରଚାର ଆରମ୍ଭ କରି ଦେଇଛନ୍ତି ଯେ, ତା’ସାଧାରଣ ଲୋକଙ୍କୁ ଖୁବ ଆତଙ୍କିତ କରିଦେଲାଣି। ଏବେ ଲଘୁଚାପ ଅବସ୍ଥାରେ ଅଛି । ଏହାପରେ ଅବପାତର ରୂପ ନେବ। ୨୩ ତାରିଖରେ ବାତ୍ୟା ରୂପ ନେଇ ବାନାରେ ପରିଣତ ହେବ। ଏହାର ଗତିପଥ ୨୩ ତାରିଖ ବେଳକୁ ସୁସ୍ପଷ୍ଟ ହୋଇଯିବ । କିନ୍ତୁ ବରଦାମ ସ୍ପଷ୍ଟ ହୋଇଗଲାଣି ଦିନକ ଭିତରେ। ପନିପରିବାଠାରୁ ଆରମ୍ଭ କରି ଆଳୁ ଓ ପିଆଜ ଦର ପ୍ରଭାବିତ ହୋଇଛି ବାତ୍ୟା ପ୍ରଚାର କାରଣରୁ ।

କାଲି ଆଳୁ ୧୦୦ ଟଙ୍କାରେ ୩ କେଜି ମିଳୁଥିଲା। କେହିକେହି ୩୦ ଟଙ୍କାରେ ଆଳୁ ବିକୁଥିଲେ । ଗତ ଗତକାଲି ସନ୍ଧ୍ୟାରେ ଯୋଗାଣମନ୍ତ୍ରୀ କୃଷ୍ଣ ପାତ୍ର ଅସାଧୁ ବେପାରୀଙ୍କୁ ଧମକ ଦେବାର ପରଦିନ ଅର୍ଥାତ ସୋମବାର ଆଳୁ ଦର ୫୦ ଟଙ୍କା  ହୋଇଗଲା। କେହି ଯେମିତି ମନ୍ତ୍ରୀମାନଙ୍କୁ ଖାତିରି ବି କରୁନାହାଁନ୍ତି । ପିଆଜ ପିଆଜ ୬୦ ରୁ ୭୦ କୁ ବଢ଼ି ଯାଇସାରିଛି । ୨୩ ତାରିଖ ବେଳ ଚଳକୁ ଅବସ୍ଥା କ’ଣ ହୋଇଥିବ ତାହା ଭଗବାନ ଜାଣନ୍ତି । ଆଳୁ ଓ ପିଆଜ ୧୦୦ ଟଙ୍କା ଧରିଗଲେ କେହି ଆଶ୍ଚର୍ଯ୍ୟ ହେବନାହିଁ ।

ବିଲାତି ଦର ଚଢ଼ା ଥିଲା। ଆହୁରି ଚଢ଼ିଗଲା ‘ଦାନା’ ଯୋଗୁ । ସେହିପରି ସବୁ ପରିବା ମୂଲ୍ୟ ଏବେ ଆକାଶ ଛୁଆଁ। ଗୋଟିଏ କଥା ଅତି ସ୍ପଷ୍ଟ ହୋଇଯାଉଛି ଯେ, ଅତ୍ୟାବଶ୍ୟକ ସାମଗ୍ରୀର ଦର ଉପରେ ଯୋଗାଣ ବିଭାଗର କୌଣସି ନିୟନ୍ତ୍ରଣ ନାହିଁ । ଆଳୁ, ପିଆଜ ଦର କସ୍ମିନକାଳେ ବଢ଼ିବା କଥା ନୁହେଁ । କିନ୍ତୁ ମନ୍ତ୍ରୀଙ୍କ ତାଗିଦକୁ ଶୁଣୁଛି କିଏ ? ଏହାର ଅର୍ଥ ହେଲା ଯୋଗାଣ ବିଭାଗର ସଲାସୁତୁରାରେ ସବୁ ଚାଲିଛି । ବିଭାଗ ଉପରେ ମନ୍ତ୍ରୀଙ୍କ ନିୟନ୍ତ୍ରଣ ନାହିଁ ଯେତେବେଳେ ଦରଦାମ ଉପରେ ତାଙ୍କ ଧମକକୁ କିଏ ବା କାହିଁକି ଖାତିରି କରିବ ?

 

Leave a Reply

Your email address will not be published. Required fields are marked *