ରାହୁଲ ଗାନ୍ଧିଙ୍କୁ ନେଇ ଓଲିଉଡ ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତିଙ୍କ ସୋସିଆଲ ମିଡିଆ ପୋଷ୍ଟ ପ୍ରସଙ୍ଗ । ଏଭଳି ପୋଷ୍ଟ ପାଇଁ ସମଗ୍ର କଂଗ୍ରେସ ପରିବାର ଓ ରାହୁଲଙ୍କୁ କ୍ଷମା ପ୍ରାର୍ଥନା କଲେ ବୁଦ୍ଧାଦିତ୍ୟ । କ୍ଷମା ପ୍ରାର୍ଥନା କରି ଓଡିଆ ଅଭିନେତା ବୁଦ୍ଧାଦିତ୍ୟ କହିଛନ୍ତି ବିବାଦ ପରେ ତୁରନ୍ତ ପୋଷ୍ଟ ହତେଇଦେଇଥିଲି। ଭୁଲବଶତଃ ଏଭଳି ପୋଷ୍ଟ କରିଦେଇଥିଲି । ଏଭଳି ଭୁଲ୍ ନହେବା ପାଇଁ ଆଗକୁ ସତର୍କ ରହିବି । କଂଗ୍ରେସକୁ ଆକ୍ଷେପ କରିବା ମୋର କୌଣସି ଉଦ୍ଦେଶ୍ୟ ନୁହେଁ । ମୋ ପୋଷ୍ଟକୁ ଭୁଲ୍ ଅର୍ଥରେ ନେଇଛନ୍ତି କଂଗ୍ରେସ କର୍ମୀ ।

ସୂଚନା ମୁତାବକ, କିଛି ଦିନ ତଳେ ଓଡ଼ିଆ ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତି ସୋସିଆଲ ମିଡିଆରେ ରାହୁଲ ଗାନ୍ଧୀଙ୍କ ବିରୋଧରେ ଏକ ବୟାନ ରଖି ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇଙ୍କ ଫଟୋ ସହ ପୋଷ୍ଟ କରିଥିଲେ । ନିଜ ଫେସବୁକ ପୋଷ୍ଟରେ ବୁଦ୍ଧାଦିତ୍ୟ ଲେଖିଥିଲେ ମୁମ୍ବାଇରେ ଏପସିପି ନେତା ବାବା ସିଦ୍ଦିକିଙ୍କୁ ଲରେନ୍ସ ବିଷ୍ଣୋୟୀ ଗ୍ୟାଙ୍ଗ ହତ୍ୟା କରିବା ଘଟଣା ପରେ ଏବେ ଓଏସି ଓ ରାହୁଲ ଗାନ୍ଧୀଙ୍କ ପାଳି । ଏହି ପୋଷ୍ଟକୁ ନେଇ ସୋସିଆଲ ମିଡ଼ିଆରେ ମଧ୍ୟ ଚର୍ଚ୍ଚା ସୃଷ୍ଟି ହୋଇଥିଲା । ଏଭଳି ମନ୍ତବ୍ୟ ପାଇଁ ଓଡ଼ିଶା ଛାତ୍ର କଂଗ୍ରେସ ଥାନାରେ ଅଭିଯୋଗ କରିବା ସହିତ ଲରେନ୍ସଙ୍କ ଫଟୋ ପୋଷ୍ଟ କରି ରାହୁଲ ପରବର୍ତ୍ତୀ ଟାର୍ଗେଟ ବୋଲି ବୁଦ୍ଧାଦିତ୍ୟ ଲେଖିଥିବା ଅଭିଯୋଗରେ ଛାତ୍ର କଂଗ୍ରେସ ପକ୍ଷରୁ ଦର୍ଶାଯାଇଥିଲା। ଏହା ସହ ତୁରନ୍ତ ବୁଦ୍ଧାଦିତ୍ୟଙ୍କୁ ଗିରଫ ପାଇଁ ଦାବି କରିଛି ।

Leave a Reply

Your email address will not be published. Required fields are marked *