ଶ୍ରୀମନ୍ଦିର ସମ୍ମୁଖରେ ସେବାୟତଙ୍କୁ ଆକ୍ରମଣ । ଶ୍ରୀମନ୍ଦିରର ବରିଷ୍ଠ ସେବାୟତ ତଥା ସିନିୟର ସୁପର ଭାଇଜର ବକ୍ସି ରାମଚନ୍ଦ୍ର ପ୍ରତିହାରୀଙ୍କୁ ଆକ୍ରମଣ କରାଯାଇଛି । ମନ୍ଦିରର ପଶ୍ଚିମ ଦ୍ୱାର ନିକଟରେ ଜଣେ ଜଣେ ରାବିଡି ଦୋକାନୀ ତାଙ୍କୁ ଭୁଜାଲିରେ ହାଣି ଦେଇଥିବା ଜଣାପଡ଼ିଛି । ସଙ୍ଗେ ସଙ୍ଗେ ଗୁରୁତର ଅବସ୍ଥାରେ ସେବାୟତଙ୍କ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ତାଙ୍କ ହାତ, ପିଠି ଏବଂ କାନ୍ଧରେ ଗଭୀର ଆଘାତ ଲାଗିଛି । ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ମେଡ଼ିକାଲ ଯାଇ ସ୍ଥିତି ପରଖିଛନ୍ତି ।

ତେବେ ଆକ୍ରମଣ କରିଥିବା ଦୁର୍ବୃତ୍ତ ମନ୍ଦିର ଭିତରେ ବେଆଇନ ଭାବେ ରାବିଡ଼ି ବିକୁଥିଲେ । ତାଙ୍କୁ ବାରଣ କରିବାରୁ ଦୁର୍ବୃତ୍ତ ଜଣଙ୍କ ଆକ୍ରମଣ କରିଥିବା ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *