ନାଗରିକତ୍ଵ ଆଇନର ଧାରା ୬(ଏ) ବୈଧତା ଉପରେ ଶୁଣାଣି କରି ଆଜି ସୁପ୍ରିମକୋର୍ଟ ବଡ଼ ରାୟ ଦେଇଛନ୍ତି। ଆସାମ ଆସିଥିବା ବାଂଲାଦେଶୀଙ୍କୁ ମିଳିବ ନାଗରିକତା । ଆସାମ ଚୁକ୍ତିକୁ ଆଗେଇ ନେବା ପାଇଁ ସୁପ୍ରିମକୋର୍ଟର ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ୧୯୮୫ମସିହାରେ ଏକ ସଂଶୋଧନ ମାଧ୍ୟମରେ ନାଗରିକତା ଆଇନର ଧାରା ୬(ଏ)ର ସାମ୍ବିଧାନିକ ବୈଧତାକୁ ବଜାୟ ରଖିଛନ୍ତି। ୧୯୬୬ରୁ ୧୯୭୧ ମଧ୍ୟରେ ଆସିଥିଲେ ମିଳିବ ନାଗରିକତା । ଏହା ସହ ୧୯୭୧ ମାର୍ଚ୍ଚ ୨୫ ପରେ ଆସିଥିବା ଅନୁପ୍ରବେଶୀଙ୍କୁ ଚିହ୍ନଟ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ।

ସେହିପରି କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ ବେଆଇନ ବାଂଲାଦେଶୀ ପ୍ରବାସୀମାନଙ୍କୁ ଚିହ୍ନଟ କରିବା ଏବଂ ଦେଶରୁ ବିତାଡିତ କରିବା ପାଇଁ ତତ୍କାଳୀନ ସରବାନନ୍ଦ ସୋନୋୱାଲ ସରକାରଙ୍କ ଅଧୀନରେ ଆସାମରେ ଏନ୍ଆରସି ସମ୍ବନ୍ଧରେ ଦିଆଯାଇଥିବା ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବାକୁ ସୁପ୍ରିମକୋର୍ଟ କହିଛନ୍ତି। ସୁପ୍ରିମକୋର୍ଟ ବର୍ତ୍ତମାନଠାରୁ ଏହି ପରିଚୟ ଏବଂ ନିର୍ବାସନ ପ୍ରକ୍ରିୟା ଉପରେ ନଜର ରଖିବେ।

ସୂଚନା ଯୋଗ୍ୟ; ଆସାମ ଚୁକ୍ତିକୁ ଆଗେଇ ନେବା ପାଇଁ ସୁପ୍ରିମକୋର୍ଟର ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠରେ ନାଗରିକତ୍ଵ ଆଇନର ଧାରା ୬(ଏ) ବୈଧତା ଉପରେ ଶୁଣାଇ ସମୟରେ ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ, ଜଷ୍ଟିସ ସୂର୍ଯ୍ୟକାନ୍ତ, ଏମଏମ ସୁନ୍ଦରେଶ ଏବଂ ମନୋଜ ମିଶ୍ର ଏହାର ସପକ୍ଷରେ ଥିବା ବେଳେ ଜଷ୍ଟିସ ଜେବି ପାରଦୀୱାଲ ଅସହମତି ଥିଲେ। ଧାରା ୬(ଏ) କୁ ୧୯୮୫ ରେ ଆସାମ ଚୁକ୍ତିରେ ଅନ୍ତର୍ଭୁକ୍ତ କରାଯାଇଥିଲା, ଯାହା ଜାନୁୟାରୀ ୧, ୧୯୬୬ ରୁ ମାର୍ଚ୍ଚ ୨୫, ୧୯୭୧ ମଧ୍ୟରେ ବାଂଲାଦେଶରୁ ଆସାମକୁ ଆସିଥିବା ଅବୈଧ ପ୍ରବାସୀମାନଙ୍କୁ ନାଗରିକତ୍ୱର ସୁବିଧା ଦେବା।

ତେବେ ୧୯୫୮ ର ଆସାମ ଚୁକ୍ତିନାମା ଏବଂ ନାଗରିକତ୍ୱ ଅଧିନିୟମର ଧାରା ୬(ଏ) କୁ ସୁପ୍ରିମକୋର୍ଟଙ୍କ ଦ୍ୱାରା ୪:୧ ସଂଖ୍ୟାଗରିଷ୍ଠତା ହାସଲ କରାଯାଇଛି। ଏହା ଅଧୀନରେ ୧ ଜାନୁଆରୀ ୧୯୬୬ ରୁ ୨୫ ମାର୍ଚ୍ଚ ୧୯୭୧ ପର୍ଯ୍ୟନ୍ତ ପୂର୍ବ ପାକିସ୍ଥାନ (ବର୍ତ୍ତମାନ ବାଂଲାଦେଶ) ରୁ ଆସାମକୁ ଆସିଥିବା ଲୋକଙ୍କ ନାଗରିକତା ଅକ୍ଷୁର୍ଣ୍ଣ ରହିବ। ଏହା ପରେ ଯେଉଁମାନେ ଆସିଥିଲେ ସେମାନେ ବେଆଇନ ନାଗରିକ ଭାବରେ ବିବେଚିତ ହେବେ।

ଆସାମ ଚୁକ୍ତିନାମାକୁ ଆଗକୁ ନେବା ପାଇଁ ୧୯୮୫ ରେ ସଂଶୋଧନ ପରେ ନାଗରିକତା ଅଧିନିୟମର ଧାରା ୬(ଏ) ଯୋଗ କରାଯାଇଥିଲା। ଆସାମ ଚୁକ୍ତିନାମା ଅନୁଯାୟୀ ଭାରତ ଆସୁଥିବା ଲୋକଙ୍କ ନାଗରିକତ୍ୱ ପାଇଁ ଏକ ସ୍ୱତନ୍ତ୍ର ବ୍ୟବସ୍ଥା ଭାବରେ ନାଗରିକତା ଅଧିନିୟମରେ ଧାରା ୬(ଏ) ଯୋଡା ଯାଇଥିଲା।

Leave a Reply

Your email address will not be published. Required fields are marked *