ଭାରତୀୟ ଆଇନ ଅନ୍ଧ ନୁହେଁ। ନ୍ୟାୟର ପ୍ରତୀକ ଭାବେ ନ୍ୟାୟ ଦେବୀ ସମସ୍ତଙ୍କ ବିଚାର ଠିକ ଭାବେ କରନ୍ତି। ଏଥିପାଇଁ ‘ସିମ୍ବଲ ଅଫ୍‌ ଜଷ୍ଟିସ୍‌’ ଭାବେ କୋର୍ଟ ପରିସରରୁ ଆରମ୍ଭ କରି ବିଚାରପତିଙ୍କ ପ୍ରକୋଷ୍ଠରେ ସ୍ଥାନ ପାଇ ଆସିଥିବା ନ୍ୟାୟ ଦେବୀଙ୍କ ପ୍ରତିମୂର୍ତ୍ତିକୁ ବଦଳାଯାଇ ନୂତନ ପ୍ରତିମୂର୍ତ୍ତିକୁ ସ୍ଥାନ ଦିଆଯାଇଛି। ପୂର୍ବରୁ ନ୍ୟାୟ ଦେବୀଙ୍କ ଆଖିରେ କଳା ପଟି ଏବଂ ହାତରେ ଖଣ୍ଡା ରହିଥିବା ବେଳେ ଏବେ ନୂତନ ପ୍ରତିମୂର୍ତ୍ତିରେ ଆଖିରୁ କଳା ପଟି କାଢ଼ି ଦିଆଯାଇଛି। ସେହିଭଳି ହାତରେ ଖଣ୍ଡା ବଦଳରେ ସମ୍ବିଧାନ ପୁସ୍ତକ ରହିଛି। ନ୍ୟାୟ ଦେବୀଙ୍କ ଏହି ନୂତନ ପ୍ରତିମୂର୍ତ୍ତି ପ୍ରଥମକରି ସୁପ୍ରିମକୋର୍ଟ ଲାଇବ୍ରେରୀରେ ସ୍ଥାନ ପାଇଛି। ଏହାପରେ ଭାରତୀୟ ଆଇନ ଅନ୍ଧ ବୋଲି ଯେଉଁ ଧାରଣା ଥିଲା, ତାହା ବଦଳିବ।

ନ୍ୟାୟ ଦେବୀଙ୍କ ଏପରି ପରବର୍ତ୍ତୀ ଷ୍ଟାଚ୍ୟୁ ସୁପ୍ରିମକୋର୍ଟର ବିଚାରପତିମାନଙ୍କ ଲାଇବ୍ରେରୀରେ ଲାଗିଛି। ଏହାର ପ୍ରଥମ ଝଲକ ପଦାକୁ ଆସିଛି। ଭାରତୀୟ ନ୍ୟାୟ ଦେବୀଙ୍କୁ ନୂଆ ରୂପ ଦେବାକୁ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ଡିଓ୍ୱାଇ ଚନ୍ଦ୍ରଚୂଡ଼ ପରାମର୍ଶ ଦେଇଥିଲେ। ସେହି ଅନୁସାରେ ନ୍ୟାୟ ଦେବୀଙ୍କ ସ୍ୱରୂପକୁ ବଦଳା ଯାଇଛି। ପ୍ରଧାନ ବିଚାରପତିଙ୍କ ବିଚାରରେ ଖଣ୍ଡା ହେଉଛି ହିଂସାର ପ୍ରତୀକ। କିନ୍ତୁ ଅଦାଲତଙ୍କ କାର୍ଯ୍ୟ ହିଂସାତ୍ମକ ନୁହେଁ।କୋର୍ଟ ସବୁବେଳେ ସାମ୍ବିଧାନିକ ବିଧି ବ୍ୟବସ୍ଥା ଭିତରେ ନ୍ୟାୟ ପ୍ରଦାନ କରିଥାନ୍ତି। ସେହିପରି ନ୍ୟାୟ ଦେବୀଙ୍କ ଆଖିରେ ବନ୍ଧା ଯାଉଥିବା କଳା କପଡ଼ାଟିକୁ ମଧ୍ୟ କାଢ଼ିବାକୁ ସେ କହିଥିଲେ। ସେହି ଅନୁସାରେ ନ୍ୟାୟ ଦେବୀଙ୍କ ନୂଆ ପ୍ରତିମୂର୍ତ୍ତି ତିଆରି କରାଯାଇଛି।

କିଛିଦିନ ତଳେ ଇଂରେଜ ଅମଳର ନ୍ୟାୟ ବ୍ୟବସ୍ଥାକୁ ବଦଳାଇ ଦିଆଯାଇଥିଲା। ଏବେ ନ୍ୟାୟଦେବୀଙ୍କ ସ୍ୱରୂପରେ ପରିବର୍ତ୍ତନ ଅଣାଯାଇଛି।

ଯେତେବେଳେ ଜଣେ ଅସୁବିଧାର ସମ୍ମୁଖୀନ ହୁଏ, ସେତେବେଳେ ସେ ନ୍ୟାୟ ପାଇଁ ହେବାକୁ ଅଦାଲତଙ୍କ ଦ୍ବାରସ୍ଥ ହୁଏ । ତେବେ ବିଭିନ୍ନ ସ୍ଥାନରେ ନ୍ୟାୟ ଦେବୀ ଆଖିରେ କଳା କପଡ଼ା ବାନ୍ଧିଥିବାର ଦେଖିବାକୁ ମିଳେ। ଏହାର ଅର୍ଥ ନ୍ୟାୟ ପାଇଁ ଦ୍ବାରସ୍ଥ ବ୍ୟକ୍ତି ଧନୀ ହେଉ ବା ଗରିବ ରାଜନେତା ହେଉ ଅବା ସାଧାରଣ ନାଗରିକ କିଛି ନଦେଖି ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯାଏ। ତେଣୁ କୁହାଯାଏ ଆଇନ ଅନ୍ଧ।

Leave a Reply

Your email address will not be published. Required fields are marked *