କେନ୍ଦ୍ର ଶାସିତ ଅଞ୍ଚଳ ହେବା ପରେ ଜମ୍ମୁ ଓ କାଶ୍ମୀରର ପ୍ରଥମ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କଲେ ଓମାର ଅବଦୁଲ୍ଲା। ଧାରା ୩୭୦ ଉ‌ଚ୍ଛେଦ ହେବା ପରଠାରୁ ଏହି ଅଞ୍ଚଳର ପ୍ରଥମ ବିଧାନସଭା ନିର୍ବାଚନରେ ତାଙ୍କ ନେସ୍‌ନାଲ୍‌ କନ୍‌ଫରେନ୍ସ ଦଳ ବିଜୟ ଲାଭ କରିଥିବା ବେଳେ ସେ ଆଜି ଶପଥ ଗ୍ରହଣ କରିଛନ୍ତି। ତାଙ୍କ ସହିତ ଅନ୍ୟ ୧୦ ଜଣ ମନ୍ତ୍ରୀ ମଧ୍ୟ ଶପଥ ନେଇଛନ୍ତି। ଶ୍ରୀନଗରର ଡାଲ ହ୍ରଦ କୂଳସ୍ଥିତ ଶେର-ଏ-କାଶ୍ମୀର ଇଣ୍ଟରନ୍ୟାସନାଲ କନଭେନସନ ସେଣ୍ଟର (ଏସକେଆଇସିସି) ରେ ଆୟୋଜିତ ଶପଥ ଗ୍ରହଣ ଉତ୍ସବରେ ଶ୍ରୀ ଅବଦୁଲ୍ଲା ଓ ତାଙ୍କର କ୍ୟାବିନେଟ୍‌କୁ ଉପରାଜ୍ୟପାଳ ମନୋଜ ସିହ୍ନା ଶପଥ ପାଠ କରାଇଛନ୍ତି। ସୁରିନ୍ଦର ଚୌଧୁରୀ ଉପମୁଖ୍ୟମନ୍ତ୍ରୀ ହୋଇଛନ୍ତି।

Leave a Reply

Your email address will not be published. Required fields are marked *