ଳସୋସିଆଲ ମିଡିଆରେ ମହିଳାଙ୍କୁ ଅଶାଳୀନ ମନ୍ତବ୍ୟ ସହ ଦୂବ୍ୟବହାର କରିବା ୟୁଟ୍ୟୁବରଙ୍କୁ ପଡ଼ିଲା ମହଙ୍ଗା । ପୁଣି ଗିରଫ ହେଲେ ୟୁଟ୍ୟୁବର ଶଙ୍କର ଓମ୍ ସରଣ ଓରଫ ଉମାଶଙ୍କର ପାଣିଗ୍ରାହୀ। ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ବାଲେଶ୍ବର ଜିଲ୍ଲା ସିମୂଳିଆ ଥାନା ବରୀ ଗ୍ରାମର ଉମାଶଙ୍କର ପାଣିଗ୍ରାହୀ। ସେ ବରମୁଣ୍ଡା ସାଇଁ କଲୋନୀରେ ରହୁଥିଲେ। ତାଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି । ଏହା ସହ ତାଙ୍କ ବିରୋଧରେ ବିଏସ୍ଏସ୍ର ନୂଆ ଦଫା ୭୫/ (୩),୭୮ (୨୦), ୭୯/୨୮୪(୨) ଏବଂ ଆଇଟି ଆକ୍ଟରେ ମାମଲା ରୁଜୁ କରାଯାଇଛି । ଗିରଫ ଉମାଶଙ୍କର ନାମରେ ପୂର୍ବରୁ ବାଲେଶ୍ଵର ଜିଲ୍ଲା ସିମୁଳିଆ ଥାନାରେ ଦୁଇଟି ମାମଲା ଥିଲା ଏବଂ ସେ ସେଠାରୁ ଗିରଫ ହୋଇଥିଲେ । ସେହି ଭଳି ଭୁବନେଶ୍ୱର ମହିଳା ଥାନାରେ ମଧ୍ୟ ମହିଳାଙ୍କୁ ଆଶାଳୀନ ବ୍ୟବହାର କରିବା ଘଟଣାରେ ମାମଲା ରହିଛି । ସୂଚନାଯୋଗ୍ୟ ଯେ, ପିଟିସି ଓଡିଶାର ମୁଖ୍ୟ ଉମାଶଙ୍କର ପାଣିଗ୍ରାହୀ ଓରଫ ଶଙ୍କର ଜଣେ ମହିଳାଙ୍କୁ ଇଙ୍ଗିତ କରି କିଛି ଅଶାଳୀନ ମନ୍ତବ୍ୟ ସହ ତାଙ୍କୁ ଦୂର୍ବବହାର କରିବା ଭଳି ମନ୍ତବ୍ୟ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ଏନେଇ ମହିଳା ଜଣଙ୍କ ୧୨ ତାରିଖ ଦିନ ଭୁବନେଶ୍ଵର ସାଇବର ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ ଏସିପି ଅଞ୍ଜନା ଟୁଡୁ ଘଟଣାକୁ ଗୁରୁତର ସହ ନେଇ ତଦନ୍ତ ଆରମ୍ଭ କରିଥିଲେ। ସୋସିଆଲ ମିଡିଆରୁ ଜାଣିବାକୁ ପାଇଥିଲେ ଯେ, ପିଟିଆଇ ଓଡିଶାର ମୁଖ୍ୟ ହେଉଛନ୍ତି ଉମାଶଙ୍କର ପାଣିଗ୍ରାହୀ ଓରଫ ଶଙ୍କର । ଏନେଇ ତାଙ୍କୁ ସାଇବର ଥାନାକୁ ଆସିବାକୁ ପୁଲିସ କହିଥିଲେ ମଧ୍ୟ ସେ ନ ଆସି ଭୁବନେଶ୍ଵର ଛାଡି ନିଜ ଗାଁ ବାଲେଶ୍ବର ଜିଲ୍ଲା ସିମୁଳିଆକୁ ଚାଲି ଯାଇଥିଲେ। ଶଙ୍କରକୁ ଧରିବା ପାଇଁ ଏସିପିଙ୍କ ନିର୍ଦ୍ଦେଶ କ୍ରମେ ସତନ୍ତ୍ର ଟିମ୍ ସିମୁଳିଆ ଯାଇଥିଲା। ଶେଷରେ ଶଙ୍କରଙ୍କୁ ତାଙ୍କ ନାଁରୁ ଫୁଲିସ ଉଠାଇ ଆଣି ସାଇବର ଥାନାରେ ରଖ୍ ଜେରା କରିଥିଲା । ବାରମ୍ବାର ସେ ମହିଳାଙ୍କୁ ଏଭଳି ଦୂର୍ବ୍ଯବହାର କରୁଥିବା ଜଣାପଡିବା ପରେ ସାଇବର ଥାନା ପୁଲିସ ଅଭିଯୁକ୍ତ ଶଙ୍କରକୁ ସୋମବାର ଦିନ ଗିରଫ କରି କୋର୍ଟ ଚାଲାଣ କରିଛି। Post navigation ଭାରତ କାନାଡ଼ା ସମ୍ପର୍କରେ ତିକ୍ତତା: ଆତଙ୍କବାଦୀଙ୍କ ସମର୍ଥନରେ ଟ୍ରୁଡୋ ଦୁଇଦିନିଆ ମୁମ୍ବାଇ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ