ଗତକାଲି ପ୍ରକାଶ ବେହେରା ବିଜେଡିରୁ ଇସ୍ତଫା ଦେବା ପରେ ସେହି ପ୍ରସଙ୍ଗରେ ପ୍ରତିକ୍ରିୟା ଦେଇ ସମ୍ବିତ ରାଉତରାୟ କହିଛନ୍ତି ପ୍ରକାଶ ବେହେରା କେବେ ବିଜେଡିରେ ନଥିଲେ । ସେ କଂଗ୍ରେସରୁ ବିଜେପି ଓ ସେଠାରୁ ବିଜେଡିକୁ ଆସିଥିଲେ । ତାଙ୍କୁ ଦଳ ସମ୍ମାନ ଜନକ ବାରବାଟୀ କଟକରୁ ପ୍ରାର୍ଥୀ କରିଥିଲା । ତେବେ ସେତେବେଳେ ଆମର କିଛିଟା ଭୁଲ୍‌ ଲୋକ, ଭୁଲ୍‌ ନିଷ୍ପତ୍ତି ଥିଲା । ସେବେର ପରିସ୍ଥିତି ଦେଖି ଶୀର୍ଷ ନେତୃତ୍ବ ସେଭଳି ନିଷ୍ପତ୍ତି ନେଇଥିବେ । କିନ୍ତୁ ସେ ନିଷ୍ପତ୍ତି ଲୋକଙ୍କ ଆଖିକୁ କିମ୍ବା ଆମ ଆଖିକୁ ଠିକ୍‌ ଲାଗୁନଥିଲା  । ଏବେ ଆମଦାନୀ ନେତା ଧୀରେ ଧୀରେ ସେମାନଙ୍କ ରଙ୍ଗ ଦେଖାଉଛନ୍ତି । ପରିସ୍ଥିତିରେ ପଡ଼ି ଆସିଥିଲେ ସେଥିପାଇଁ ବିଜେଡିରେ ମିଶିଲେ ଏବେ ସ୍ବାର୍ଥ ପାଇଁ ଦଳ ଛାଡ଼ି ପଳାଉଛନ୍ତି ।ବିପର୍ଯ୍ୟୟ ବେଳେ ଭୀରୁମାନେ ହିଁ ଡଙ୍ଗାରୁ ଡେଇଁପଡ଼ନ୍ତି ।

ଅନ୍ୟପଟେ ସମ୍ବିତ ରାଉତରାୟ ପ୍ରକାଶ ବେହେରାଙ୍କ ଉପରେ ଦେଇଥିବା ମନ୍ତବ୍ୟକୁ ଟାର୍ଗେଟ କରି ପ୍ରକାଶ ବେହେରା କହିଛନ୍ତି ସମ୍ବିତ ରାଉତରାୟ ବିଜେଡ଼ି ଦଳରେ ଜଣେ ଅଲୋଡ଼ା ବ୍ୟକ୍ତି । ସେ ଆଗେ ନିଜ ନିର୍ବାଚନ ମଣ୍ଡଳୀ ଦେଖନ୍ତୁ ଓ ନିଜ ଦଳ ସ୍ଥିତି କଣ ଦେଖନ୍ତୁ । ସମ୍ବିତ ନିଜ ଦଳର ହାଇକମାଣ୍ଡଙ୍କୁ ପଚାରନ୍ତୁ ଯେ ସେ ଦଳରେ ଜଣେ ଅଲୋଡ଼ା ବ୍ୟକ୍ତି ଯାହା ସେ କିଛି ଜାଣି ନାହାନ୍ତି । ଆଉ ମୁଁ ଦଳରେ ମିଶିବା କଥା ଦଳର ସ୍ବାର୍ଥ ପାଇଁ ସେମାନେ ମୋତେ ଡାକି ଦଳରେ ମିଶାଇଥିଲେ ମୋର ବିଜେଡିରେ ମିଶିବା ମୋର କୌଣସି ସ୍ବାର୍ଥ ନଥିଲା । ସ୍ବାର୍ଥ କେବଳ ଦଳର ରହିଥିଲା ।

ସୂଚନା ଯୋଗ୍ୟ; ଗତକାଲି ବିଜେଡିରୁ ଇସ୍ତଫା ଦେଇଛନ୍ତି ସାଲେପୁରର ପୂର୍ବତନ ବିଧାୟକ ପ୍ରକାଶ ବେହେରା। ସେ ନିଜ  ଇସ୍ତଫା ପତ୍ର ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ପାଖକୁ ପଠାଇ ଦେଇଥିଲେ । ଏହା ପରେ ସେ ଗଣମାଧ୍ୟମକୁ କହିଥିଲେ  ମୋର ଚିନ୍ତା ଧାରା ଜାତୀୟ ସ୍ତରର ଚିନ୍ତା ଧାରା ସହିତ ଖାପ ଖାଉଛି। ମୁଁ ଜନସାଧାରଣଙ୍କ ସମସ୍ୟା, ବିକାଶ ନାଶ ଓ ସଙ୍ଗଠନ ସହ ଯୋଡିହୋଇ ରହୁଥିବା ବ୍ୟକ୍ତିତ୍ୱ । ବହୁ ଚିନ୍ତା ପରେ ମୁଁ ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟ ସଦସ୍ୟ ପଦରୁ ଇସ୍ତଫା ଦେଉଅଛି । ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଯେ ସେ ମୋତେ କଟକରୁ ଟିକେଟ ଦେଇଥିଲେ। ସେହିପରି କଟକ ବାରବାଟୀ ବାସିନ୍ଦାଙ୍କୁ ମଧ୍ୟ ଧନ୍ୟବାଦ ସେମାନେ ମୋତେ କମ ସମୟରେ ବହୁ ସମର୍ଥନ ଦେଇଥିଲେ। ମୁଁ ଲୋକଙ୍କ ପାଇଁ କାମ କରିବାର ଅଛି ସେଥିପାଇଁ ଲୋକଙ୍କ ପାଖକୁ ଯିବାର ଅଛି। ମୁଁ ସାଲେପୁର ବାସିନ୍ଦାଙ୍କ ପାଇଁ କାମ କରିବି। ତେଣୁ ଏବେ କୌଣସି ଦଳରେ ଯୋଗ ଦେବା କଥା ଚିନ୍ତା କରି ନାହିଁ ବୋଲି ସେ କହିଛନ୍ତି।

 

 

Leave a Reply

Your email address will not be published. Required fields are marked *