ଭଦ୍ରକ ଜିଲ୍ଲା ଧାମନଗର ଏନଏସି ଓ ଧୋବଲ ସହ ଆଖପାଖ ଅଞ୍ଚଳରୁ ମଧ୍ୟ ହଟିଲା ୧୬୩ କଟକଣା । ୧୨ ଦିନ ପରେ ସ୍ଥିତି ସ୍ବାଭାବିକ ହେବାରୁ ୧୬୩ ଧାରା ପ୍ରତ୍ୟାହୃତ କଲା ପ୍ରଶାସନ । ଆଜି ଠାରୁ କଟକଣା ହଟିବା ନେଇ ସୂଚନା ଦେଲେ ଉପଜିଲ୍ଲାପାଳ। ଗତ ମାସ ୨୭ ତାରିଖରୁ ଜାରି ରହିଥିଲା ୧୬୩ ଧାରା ଏବେ ସେଠାରେ ପରିସ୍ଥିତି ଶାନ୍ତିପୂର୍ଣ୍ଣ ଥିବା ଯୋଗୁ ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ସୂଚନା ଅନଯାୟୀ, ଗତ ମାସ ୨୭ ତାରିଖରୁ ଏକ ସୋସିଆଲ୍ ମିଡିଆ ପୋଷ୍ଟକୁ ନେଇ ଧାମନଗର ଏନଏସି ଓ ଏହାର ପାଖ ଅଞ୍ଚଳ ଅଶାନ୍ତ ହୋଇଉଠିଥିଲା। ଉତ୍ତ୍ୟକ୍ତ ଲୋକେ ପୋଲିସ ଉପରକୁ ପଥରମାଡ଼ କରିଥିଲେ। ସ୍ଥିତି ଅଣାୟତ୍ତ ହେବାରୁ ପୋଲିସ ଲାଠିଚାର୍ଜ କରିଛି। ଉତ୍ତେଜନା ପରେ ସନ୍ଧ୍ୟାରେ ଆଇନଶୃଙ୍ଖଳା ପରିସ୍ଥିତିକୁ ଲକ୍ଷ୍ୟ କରି ଜିଲା ପ୍ରଶାସନ ପକ୍ଷରୁ ଧାମନଗରରେ ଧାରା ୧୬୩ ଲଗାଯାଇଥିଲା। Post navigation ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୦ତମ ଜୟନ୍ତୀଙ୍କୁ ବର୍ଷବ୍ୟାପୀ ପାଳନ କରାଯିବାକୁ ସରକାରଙ୍କ ନିଷ୍ପତ୍ତି ଦୁଇ ଯବାନଙ୍କୁ ଅପହରଣ କଲେ ଆତଙ୍କବାଦୀ