ଜମ୍ମୁ-କଶ୍ମୀରରେ ୨ ଯବାନଙ୍କୁ ଅପହରଣ କଲେ ଆତଙ୍କବାଦୀ । ଦୀର୍ଘ ୧୦ ବର୍ଷ ପରେ ଜାମ୍ମୁକାଶ୍ମୀରରେ ଅନୁଷ୍ଠିତ ହୋଇଛି ବିଧାନସଭା ନିର୍ବାଚନ । ଗତକାଲି ଭୋଟ ଗଣତି ଚାଲିଥିବା ବେଳେ ଆତଙ୍କ ଖେଳାଇଛନ୍ତି ଆତଙ୍କବାଦୀ । ଅନନ୍ତନାଗ ଜଙ୍ଗଲରେ ୨ ଯବାନଙ୍କୁ ଅପହରଣ କରିନେଇଛନ୍ତି ଆତଙ୍କବାଦୀ । ତେବେ ଅପହରଣ ସମୟରେ ଜଣେ ଯବାନ ଆତଙ୍କୀଙ୍କ କବଳରୁ ଖସି ଆସିଥିବା ବେଳେ ଅନ୍ୟଜଣେ ଏବେ ବି ନିଖୋଜ ଥିବା ବେଳେ ଭାରତୀୟ ସେନା ଏବଂ ଜାମ୍ମୁ କାଶ୍ମୀର ପୋଲିସର ମିଳିତ ଟିମ୍ ମିଶି ସର୍ଚ୍ଚ ଅପରେଶନ ଜାରି ରଖିଛନ୍ତି। ଏଭଳି ସ୍ଥିତିରେ ସରକାର ଗଠନ ନହେବା ପୂର୍ବରୁ ସରକାରଙ୍କୁ ଆହ୍ୱାନ ଦେଲା ଭଳି କାର୍ଯ୍ୟ କରିଛନ୍ତି ଆତଙ୍କବାଦୀ ।

 

Leave a Reply

Your email address will not be published. Required fields are marked *