State govt brings new rules in rehabilitation policy

ରାଜ୍ୟର ସରକାରୀ କର୍ମଚାରୀଙ୍କ ପାଇଁ ଗ୍ରାଚୁଇଟିର ସୀମା ୧୫ ଲକ୍ଷରୁ ୨୦ ଲକ୍ଷ ଟଙ୍କାକୁ ବୃଦ୍ଧି କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଷ୍ପତ୍ତି ଗ୍ରହଣ ନେଇଛନ୍ତି। ଏହି ନିଷ୍ପତ୍ତି ଅନୁଯାୟୀ, ରାଜ୍ୟର ସରକାରୀ କର୍ମଚାରୀଙ୍କ ମୃତ୍ୟୁ ତଥା ଅବସରକାଳୀନ ଗ୍ରାଚ୍ୟୁଟି (DCRG)କୁ ୧୫ ଲକ୍ଷରୁ ୨୦ ଲକ୍ଷ ଟଙ୍କାକୁ ୨୦୨୪ ଜାନୁଆରୀ ୧ରୁ ପିଛିଲା ଭାବରେ ଲାଗୁ କରାଗଲା। ରାଜ୍ୟର ବିଭିନ୍ନ ସେବା ସଙ୍ଗଠନଗୁଡିକ ଏଥିପାଇଁ ରାଜ୍ୟ ସରକାରଙ୍କ ନିକଟରେ ଅନୁରୋଧ କରିଥିଲେ।

ସୂଚନାଯୋଗ୍ୟ ଯେ, କେନ୍ଦ୍ର ସରକାର ୨୦୨୪ ଜାନୁଆରୀ ୧ରୁ ସମସ୍ତ ସରକାରୀ କର୍ମଚାରୀଙ୍କ ପାଇଁ କେନ୍ଦ୍ରୀୟ ସିଭିଲ ସର୍ଭିସେସ୍ (ପେନସନ) ନିୟମ ଅନୁଯାୟୀ ମୃତ୍ୟୁ ତଥା ଅବସରକାଳୀନ ଗ୍ରାଚ୍ୟୁଟିକୁ ବୃଦ୍ଧି କରିଛନ୍ତି।

By Nirvay

Leave a Reply

Your email address will not be published. Required fields are marked *