ଜାମ୍ମୁ କାଶ୍ମୀରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ ଓମାର ଅବଦୁଲ୍ଲା। ବିଧାନସଭା ନିର୍ବାଚନରେ ଏନ୍‌ସି ମେଣ୍ଟର ବିଜୟ ପରେ ହେଲା ଘୋଷଣା । ଶ୍ରୀନଗରରେ ଜାମ୍ମୁ କାଶ୍ମୀରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ନାମ ଘୋଷଣା କଲେ ଏନ୍‌ସି ମୁଖ୍ୟ ଫାରୁକ ଅବଦୁଲ୍ଲା ।

ସୂଚନା ମୁତାବକ; ଜାମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ବଡ଼ଗାମ ଆସନରୁ ଜିତିଛନ୍ତି ଏବଂ ଏହି ସମୟରେ ମଧ୍ୟରେ ଏନସି ଅଧ୍ୟକ୍ଷ ତଥା ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍ ଅବଦୁଲ୍ଲା ଏକ ବଡ଼ ମନ୍ତବ୍ୟ ଦେବା ସହିତ ମୁଖ୍ୟମନ୍ତ୍ରୀ ଚେହେରା ସମ୍ପର୍କରେ ଘୋଷଣା କରିଛନ୍ତି। ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ସେ କହିଛନ୍ତି ଯେ ଜମ୍ମୁ-କଶ୍ମୀରର ପରବର୍ତ୍ତୀ ସିଏମ୍ ଓମାର ଅବଦୁଲ୍ଲା ହେବେ।

ଫାରୁକ୍ ଅବଦୁଲ୍ଲା କହିଛନ୍ତି ଲୋକମାନେ ସେମାନଙ୍କର ନିଷ୍ପତ୍ତି ଦେଇଛନ୍ତି, ଜାମ୍ମୁ କାଶ୍ମୀରର ସମସ୍ୟାର ସମାଧାନ କରିବାକୁ ପଡିବ। ନିର୍ବାଚନରେ ଭାଗ ନେଇଥିବାରୁ ମୁଁ ସମସ୍ତଙ୍କୁ ଧନ୍ୟବାଦ ଦେଉଛି।

ଧାରା ୩୭୦ ଉଚ୍ଛେଦ ପରେ ଜମ୍ମୁ-କଶ୍ମୀରରେ ହୋଇଛି ପ୍ରଥମ ବିଧାନସଭା ନିର୍ବାଚନ । ଏହି କେନ୍ଦ୍ର ଶାସିତ ପ୍ରଦେଶରେ ୧୦ ବର୍ଷ ପରେ ନିର୍ବାଚନ ଅନୁଷ୍ଠିତ ହେଉଥିବା ବେଳେ ୯୦ ସିଟ୍‌ରେ ହେଉଛି ମହାମୁକାବିଲା।

Leave a Reply

Your email address will not be published. Required fields are marked *