ଦିନକୁ ଦିନ ଜୋର ଧରୁଛି ଜିଲ୍ଲା ଭିତ୍ତିକ ନିଯୁକ୍ତି ଦାବି । ନବରଙ୍ଗପୁରରେ ଜିଲ୍ଲାଭିତ୍ତିକ ନିଯୁକ୍ତି ଦାବିରେ ତେଜିଲା ବିବାଦ । ନବରଙ୍ଗପୁରରେ ଅନ୍ୟଜିଲ୍ଲାର ନିଯୁକ୍ତି ପାଇଥିବା ଶିକ୍ଷକଙ୍କୁ ଜଏନ୍‌ ସୁଯୋଗ ମିଳୁନଥିବା ଅଭିଯୋଗ ଏବେ ସାମ୍ନାକୁ ଆସିଛି। ଅବିଭକ୍ତ କୋରାପୁଟ ଜିଲ୍ଲାର ଶିକ୍ଷକ ବ୍ୟତୀତ ଅନ୍ୟମାନଙ୍କୁ ବିରୋଧ କରାଯାଇଥିବା ସୂଚନା ମିଳିଛି । ତେଣୁ ନିରାଶା ହେଉଛନ୍ତି ସରକାରଙ୍କ ଦ୍ବାରା ନିଯୁକ୍ତ ଅନ୍ୟ ଜିଲ୍ଲାର ଶିକ୍ଷକ ।

ସୂଚନା ଯୋଗ୍ୟ; ଆଦିବାସୀ ଜିଲ୍ଲାରେ ହଜାର ହଜାର ଶିକ୍ଷିତ ଆଦିବାସୀ ଯୁବକ ଯୁବତୀ ଚାକିରୀ ଆଶାୟୀ ଥିବା ବେଳେ ବାହାର ଜିଲ୍ଲାର ପ୍ରାର୍ଥୀଙ୍କୁ ଆଦିବାସୀ ଜିଲ୍ଲାରେ ଚାକିରି ଦେଉଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ ଚାଳିତ ବର୍ଷ କୋରାପୁଟ ଜିଲ୍ଲାରେ ୯୨୨ରୁ ମାତ୍ର ୪୦ ଜଣ ଏବଂ ନବରଙ୍ଗପୁରରେ ୮୬୦ରୁ ୧୩୪ ଜଣ ଜିଲ୍ଲାର ପ୍ରାର୍ଥୀ କନିଷ୍ଠ ଶିକ୍ଷକ ନିଯୁକ୍ତି ପାଇଛନ୍ତି । ଏହି ସବୁ ଜିଲ୍ଲାର ଯୁବତୀଯୁବକ ଶିକ୍ଷିତ ହୋଇ ଯୋଗ୍ୟତା ଥାଇ ମଧ୍ୟ ଜିଲାରେ ଗ୍ରୁପ୍‌ ସି ଏବଂ ଡି ଗ୍ରେଡ୍‌ର ଚାକିରି ପାଇପାରୁନାହାନ୍ତି। ବେକାର ହୋଇ ରହୁଛନ୍ତି। ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି। ତେଣୁ ଅନ୍ୟ ଜିଲ୍ଲାର ଶିକ୍ଷକଙ୍କୁ ନବରଙ୍ଗପୁରରେ ଥିବା ବିଦ୍ୟାଳୟରେ ଯୋଗ ଦେବାକୁ ମନା କରାଯାଇଥିବା ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *