ରାଜସ୍ବ ଗୁଇନ୍ଦା ନିର୍ଦ୍ଦେଶାଳୟ (ଡିଆରଆଇ) ଯବାନମାନେ ଓଡ଼ିଶା-ଆନ୍ଧ୍ରପ୍ରଦେଶ ସୀମାନ୍ତ କୃଷ୍ଣବରମଠାରେ ଭୁବନେଶ୍ୱର ଅଭିମୁଖେ ଯାଉଥିବା ଏକ ଫଳ ଟ୍ରକରୁ ୮୦୮ କେଜିରୁ ଅଧିକ ଗଞ୍ଜେଇ ଜବତ କରିଛନ୍ତି । ଜବତ ଗଞ୍ଜେଈର ମୂଲ୍ୟ ୬୧ କୋଟି ଟଙ୍କା ହେବ। ଏଥିସହ ଡିଆରଆଇ ଟ୍ରକ୍ ଡ୍ରାଇଭରଙ୍କ ସମେତ ୩ ଜଣଙ୍କୁ ଗିରଫ କରିଛି। ମିଳିଥିବା ସୂଚନା ଅନୁଯାୟୀ, ଆନ୍ଧ୍ରପ୍ରଦେଶରୁ ଫଳ ବୋଝେଇ ଟ୍ରକରେ ବିପୁଳ ପରିମାଣର ଗଞ୍ଜେଇ ଭୁବନେଶ୍ୱର ଆସୁଥିବା ନେଇ ଡିଆରଆଇକୁ ସୂଚନା ମିଳିଥିଲା। ରାଜସ୍ୱ ନିର୍ଦ୍ଦେଶାଳୟର ଅଧିକାରୀମାନେ ରବିବାର ରାତିରେ ଆନ୍ଧ୍ରପ୍ରଦେଶ-ଓଡ଼ିଶା ସୀମାରେ ମୁତୟନ ହୋଇଥିଲେ। ଡିଆରଆଇ ଅଧିକାରୀମାନେ ଟ୍ରକ୍ ଏବଂ ଏହାକୁ ନେଇ ଯାଉଥିବା ଏକ କାରକୁ ଅଟକାଇବାକୁ ଚେଷ୍ଟା କରିଥିଲେ କିନ୍ତୁ ଚୋରା ଚାଲାଣକାରୀମାନେ ଡିଆରଆଇ କର୍ମଚାରୀଙ୍କୁ ଦେଖି ଫେରାର ହୋଇଯାଇଥିଲେ। ଆନ୍ଧ୍ର-ଓଡ଼ିଶା ସୀମାରେ ଥିବା କୃଷ୍ଣବରମ୍ ଟୋଲ୍ ଗେଟରେ ଡିଆରଆଇ ଅଧିକାରୀମାନେ ଟ୍ରକ୍ ଓ କାରକୁ ପିଛା କରି ଧରିଥିଲେ। ଟ୍ରକ୍ ଓ କାର୍ ଯାଞ୍ଚ ବେଳେ ସେମାନଙ୍କ ଠାରୁ ଗଞ୍ଜେଇ ପ୍ୟାକେଟ୍ ଜବତ କରାଯାଇଛି। ପ୍ରାୟ ୮୦୮.୧୮ କେଜି ଗଞ୍ଜେଇ ଜବତ ହୋଇଛି। ଡିଆରଆଇ କାର୍ ଓ ଫଳ ଟ୍ରକକୁ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। Post navigation ପାକିସ୍ତାନର କରାଚିରେ ବିସ୍ଫୋରଣ ଆଲୋଚନା ପରେ ବସ୍ ଧର୍ମଘଟ ଡାକରା ପ୍ରତ୍ୟାହୃତ