ରାଜ୍ୟର ସବୁ ବାଟାଲିୟନରେ କନଷ୍ଟେବଳ ନିଯୁକ୍ତି ପ୍ରସଙ୍ଗରେ ବୟସ ସୀମା କୋହଳ ସମ୍ପର୍କିତ ମାମଲାରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାର ଶୁଣାଣି କରି ହାଇକୋର୍ଟ ଆବେଦନକାରୀଙ୍କୁ ଆଶ୍ୱସ୍ତି ଦେଇଛନ୍ତି। ଆବେଦନକାରୀଙ୍କୁ ଅନଲାଇନ/ଆଫଲାଇନରେ ଆବେଦନ ଅନୁମତି ମିଳିଛି। ହାଇକୋର୍ଟ କହିଛନ୍ତି ଯେ, ଆବେଦନ କରିହେବ ହେଲେ ଫଳ ପ୍ରକାଶ ହେବନି। ୧୩୨୦ କନଷ୍ଟେବଳ ପଦବୀ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ପୂର୍ବରୁ ଆବେଦନ ପାଇଁ ସର୍ବାଧିକ ବୟସ ସୀମାକୁ ନେଇ ବିବାଦ ଦେଖାଦେଇଥିଲା। ପ୍ରତିବର୍ଷ ଖାଲି ହେଉଥିବା ପଦବୀ ପୂରଣ ପାଇଁ ନିୟମ ରହିଥିଲା। ମାତ୍ର ୨୦୧୮ ପରଠୁ ଆଉ ନିଯୁକ୍ତି କରାଯାଇ ନଥିବାରୁ ସମସ୍ୟା ହୋଇଥିଲା। ୫ ବର୍ଷ ବ୍ୟବଧାନରେ ପରୀକ୍ଷା ହେଉଥିବାରୁ ବୟସ ସୀମାକୁ ନେଇ ବିବାଦ ଦେଖାଯାଇଛି। ଏ ନେଇ ଅନେକ କନଷ୍ଟେବଳ ଆଶାୟୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। Post navigation ଛତିଶଗଡ଼ରେ ମାଓ ଦମନ: ୨୦୨୪ରେ ବର୍ତ୍ତମାନ ସୁଦ୍ଧା ୧୮୫ ନିହତ ଫରେଷ୍ଟର ସଞ୍ଜୟ ନାୟକ ଆତ୍ମହତ୍ୟା ଘଟଣା; ଡିଏଫଓଙ୍କୁ ମାରାଥନ ଜେରା