ପ୍ୟାରିସ ଅଲିମ୍ପିକ୍ସ ବିଫଳତା ପରେ ଭାରତର ପୂର୍ବତନ କୁସ୍ତିଯୋଦ୍ଧା ଭିନେଶ ଫୋଗଟ କହିଛନ୍ତି ଯେ, ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଫୋନ୍ କଲରେ କଥା ହେବାକୁ ମନା କରିଦେଇଥିଲେ। ଏବେ ଜୁଲାଇନା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ହରିୟାଣା ବିଧାନସଭା ନିର୍ବାଚନ ଲଢୁଥିବା ଭିନେଶ କହିଛନ୍ତି ଯେ, ସେ ଚାହୁଁନାହାଁନ୍ତି ଯେ ତାଙ୍କ ଭାବନା ଏବଂ ପ୍ରୟାସକୁ ରାଜନୈତିକ ଫାଇଦା ପାଇଁ ଉପଯୋଗ କରାଯାଉ। ସେ ଦାବି କରିଛନ୍ତି ଯେ. ତାଙ୍କୁ କୁହାଯାଇଥିଲା ସୋସିଆଲ ମିଡିଆ ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ତାଙ୍କର ବାର୍ତ୍ତାଳାପ ରେକର୍ଡ କରିବାକୁ ଦୁଇ ଜଣ ଉପସ୍ଥିତ ରହିବେ।

ଭିନେଶ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କଠାରୁ ଫୋନ୍ ଆସିଥିଲା କିନ୍ତୁ ମୁଁ କଥା ହେବାକୁ ମନା କରିଦେଇଥିଲି। ଫୋନ୍ ସିଧାସଳଖ ମୋ ପାଖକୁ ଆସିନଥିଲା କିନ୍ତୁ ସେଠାରେ ଥିବା ଭାରତୀୟ ଅଧିକାରୀମାନେ ମୋତେ ଜଣାଇଥିଲେ ଯେ ପ୍ରଧାନମନ୍ତ୍ରୀ ମୋଦୀ କଥା ହେବାକୁ ଚାହୁଁଛନ୍ତି। ମୁଁ ପ୍ରସ୍ତୁତ ଥିଲି। ତେବେ ସେମାନେ ସର୍ତ୍ତ ରଖିଥିଲେ- ମୋ ଟିମର କେହି ଉପସ୍ଥିତ ରହିବେ ନାହିଁ ଏବଂ ସେମାନଙ୍କ ପକ୍ଷରୁ ଦୁଇ ଜଣ ବ୍ୟକ୍ତି ବାର୍ତ୍ତାଳାପକୁ ସୋସିଆଲ ମିଡିଆରେ ରେକର୍ଡ କରିବେ। ତେଣୁ ମୁଁ ଚାହୁଁନଥିଲି ଯେ ମୋର ଭାବନା ଏବଂ କଠିନ ପରିଶ୍ରମକୁ ସୋସିଆଲ ମିଡିଆରେ ଉପହାସ କରାଯାଉ।

ସେ ଆହୁରି କହିଛନ୍ତି, କୌଣସି ସର୍ତ୍ତ ନଥାଇ ପ୍ରଧାନମନ୍ତ୍ରୀଙ୍କ ସହ ବାସ୍ତବ ବାର୍ତ୍ତାଳାପକୁ ସେ ପ୍ରଶଂସା କରିଥାନ୍ତେ । ଉଲ୍ଲେଖଯୋଗ୍ୟ, ପ୍ରଧାନମନ୍ତ୍ରୀ ମୋଦୀ ପ୍ୟାରିସରେ ପଦକ ଜିତିଥିବା ସମସ୍ତ ଆଥଲେଟଙ୍କୁ ଫୋନ୍ କରି ସେମାନଙ୍କ ଉଦ୍ୟମ ପାଇଁ ଅଭିନନ୍ଦନ ଜଣାଇଥିଲେ। ଯଦି ସେ ପ୍ରକୃତରେ କ୍ରୀଡ଼ାବିତମାନଙ୍କ ବିଷୟରେ ଚିନ୍ତା କରିଥାନ୍ତେ, ତେବେ ସେ ଏହାକୁ ରେକର୍ଡ ନକରି ଫୋନ୍ କରିପାରିଥାନ୍ତେ ଏବଂ ମୁଁ କୃତଜ୍ଞ ହୋଇଥାନ୍ତା। ବୋଧହୁଏ ସେ ଜାଣନ୍ତି ଯେ, ଯଦି ମୁଁ ଭିନେଶଙ୍କ ସହ କଥା ହେବି ତେବେ ସେ ଗତ ଦୁଇ ବର୍ଷ ବିଷୟରେ ପଚାରିବେ। ବୋଧହୁଏ ସେଥିପାଇଁ ମୋତେ ନିର୍ଦ୍ଦେଶ ଦିଆଯାଇଥିଲା ଯେ ମୋ ତରଫରୁ କୌଣସି ଫୋନ୍ ଆସିବ ନାହିଁ କାରଣ ସେମାନେ ସେମାନଙ୍କ ରେକର୍ଡ କରିପାରିବେ କିନ୍ତୁ ମୁଁ କରିବି ନାହିଁ । ମୁଁ ଅରିଜିନାଲ ଭିଡିଓ ପୋଷ୍ଟ କରିବି । ତେଣୁ ସେମାନେ ମନା କରିଦେଇଥିଲେ।

By Nirvay

Leave a Reply

Your email address will not be published. Required fields are marked *