ଭୁବନେଶ୍ୱର ମୈତ୍ରୀ ବିହାରର ଗଣଦୁଷ୍କର୍ମ ମାମଲାରେ ୨ ଅଭିଯୁକ୍ତଙ୍କୁ ବାନ୍ଧିଲା କମିଶନରେଟ ପୋଲିସ । ଆଜି ସାମ୍ୱାଦିକ ସମ୍ମିଳନୀରେ କମିଶନର ଏସ୍.ଦେବଦତ୍ତ ସିଂହ କହିଛନ୍ତି ଘଟଣାରେ ୨ ଜଣ ନୁହେଁ ୩ ଜଣଙ୍କ ସଂପୃକ୍ତି ରହିଛି । ୨ ଜଣ ଘର ଭିତରକୁ ଯାଇଥିବା ବେଳେ ଜଣେ ବାହାରେ ଥିଲା । ବାହାରେ ଥିବା ଲୋକଟି ୨ ଅଭିଯୁକ୍ତଙ୍କୁ ସହାୟତା କରିଛି । ଘଟଣା ପୂର୍ବଦିନ ସେମାନେ ମହିଳାଙ୍କ ଘରୁ ମୋବାଇଲ ଚୋରି କରିଥିଲେ ।ବାଲ୍କୋନୀ କବାଟ ଖୋଲା ରହୁଥିବା ଦେଖି ଯୋଜନା କରିଥିଲେ । ପରିବା କଟା ଛୁରି ଦେଖାଇ ସେମାନେ ଅପରାଧ ଘଟାଇଥିଲେ । ଗିରଫ ଦୁଇ ମୁଖ୍ୟ ଅଭିଯୁକ୍ତଙ୍କର ପୂର୍ବରୁ ଅପରାଧ ରେକର୍ଡ ରହିଛି । ସୂଚନା ଅନୁଯାୟୀ; ପୋଲିସ ନିକଟରୁ ମିଳିଥିଲା ସୂଚନା ଅନୁସାରେ ପୀଡ଼ିତା ଜଣଙ୍କ ମୈତ୍ରୀ ବିହାରର ଏକ ହସ୍ପିଟାଲରେ କାର୍ଯ୍ୟ କରନ୍ତି। ରବିବାର ସେ ନିଜର ୨ ବର୍ଷର ଝିଅ ସହ ଫ୍ଲାଟରେ ଥିଲେ। ସେଦିନ ରାତିରେ ଦୁଇ ଜଣ ଦୁର୍ବୃତ୍ତ ବାଲକୋନି ଦେଇ ଫ୍ଲାଟ୍ ଭିତରକୁ ପଶିଥିଲେ। ସେମାନେ ଝିଅକୁ ମାରିଦେବାକୁ ଭୟ ଦେଖାଇ ମହିଳା ଜଣଙ୍କୁ ଦୁଷ୍କର୍ମ କରିଥିଲେ। Post navigation ବହୁତ ଶୀଘ୍ର ଖାଲି ହୋଇଯିବ ବିଜେଡି: ମନମୋହନ ସାମଲ ରାଜନୈତିକ ଉଦ୍ଦେଶ୍ୟ ରଖି ସ୍କୁଲ ୟୁନିଫର୍ମ ରଙ୍ଗ ବଦଳାଉଥିଲେ ପୂର୍ବ ସରକାର: ଗଣଶିକ୍ଷା ମନ୍ତ୍ରୀ