ଭିଜିଲାନ୍ସ ଜାଲରେ ଧରାପଡିଲେ ଲାଞ୍ଚୁଆ ସରକାରୀ ବାବୁ । ବ୍ରେଡ୍ ଫ୍ଯାକ୍ଟ୍ରି ଲାଇସେନ୍ସ ନବୀକରଣ ନାଁରେ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି କେନ୍ଦ୍ରାପଡ଼ା ଖାଦ୍ୟ ସୁରକ୍ଷା ଅଧିକାରୀ ବିଭାସ ମଜୁମଦାର। ଏହା ପରେ ଖାଦ୍ୟ ସୁରକ୍ଷା ଅଧିକାରୀ ଅଫିସ ଛାନ୍ଭିନ୍ କରିବା ସହ ଫୁଡ୍ ଇନ୍ସପେକ୍ଟର ଅଟକ ରଖି ପଚରାଉଚରା କରୁଛି ଭିଜିଲାନ୍ସ ଟିମ୍ । ସୂଚନା ମୁତାବକ; ବ୍ରେଡ୍ ଫ୍ଯାକ୍ଟ୍ରି ଲାଇସେନ୍ସ ନବୀକରଣ ପାଇଁ ସଞ୍ଜୟ ପ୍ରଧାନ ନାମକ ଜଣେ ବ୍ୟକ୍ତିଙ୍କୁ ୪୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ସଞ୍ଜୟ ଫୁଡ୍ ସେଫ୍ଟି ଅଫିସରଙ୍କୁ ପ୍ରଥମେ ୪୦ ହଜାର ଟଙ୍କା ଦେଇଥିଲେ। ଆଉ ୫ ହଜାର ଟଙ୍କା ବାକି ଥିଲା। ତେବେ ଆଜି ଟଙ୍କା ନେବା ପାଇଁ ଅଧିକାରୀ ରାସ୍ତା କଲେଜ୍ ଛକ ଅଞ୍ଚଳରେ ରାସ୍ତା କଡରେ ଛିଡା ହୋଇ ସଞ୍ଜୟଙ୍କୁ ଅପେକ୍ଷା କରିଥିଲେ । ଭିଡରେ ଲାଞ୍ଚ ଟଙ୍କା ନେଲାବେଳେ ଭିଜିଲାନ୍ସ ବିଭାଷଙ୍କୁ କାବୁ କରି ନେଇଥିଲା । ପରେ ବିଭାଷଙ୍କ ଭଡ଼ାଘରେ ଓ ପୈତୃକ ଘରେ ଭିଜିଲାନ୍ସ ଚଢାଉ ଜାରି କରିଛି । Post navigation ଗାଦି ମଡ଼ା ପୋଲିସ ଅଧିକାରୀଙ୍କୁ ପୋଲିସ କମିଶନରଙ୍କ ଚେତାବନୀ ନଭେମ୍ବରରୁ ୩୧୦୦ ଟଙ୍କାରେ କିଣା ହେବ ଧାନ: ସମୀର ଦାଶ