ନେପାଳରରେ ଭୀଷଣ ବର୍ଷା ଯୋଗୁଁ ଭୂସ୍ଖଳନ ସୃଷ୍ଟି ହୋଇଛି। ଏହା ଫଳରେ କେତେକ ଘର ଭାଙ୍ଗି ବହିଯିବା ସହ ୧୯୩  ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏ ପର୍ୟ୍ୟନ୍ତ ୩୦ ଜଣ ନିଖୋଜ ଅଛନ୍ତି । ୪ ଦିନ ଧରି ପ୍ରବଳ ବର୍ଷା ଯୋଗୁଁ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। । ୧୩ଟି ଜିଲ୍ଲାର ୧୬ ଲକ୍ଷ ଲୋକ ଏହି ବନ୍ୟାରେ ପ୍ରଭାବିତ ହୋଇଛନ୍ତି। ନିଖୋଜ ଥିବା ଲୋକଙ୍କୁ ସୁରକ୍ଷା ଏଜେନ୍ସି ସହାୟତାରେ ଉଦ୍ଧାର କାର୍ଯ୍ୟ ଚାଲିବା ସହ ସର୍ଚ୍ଚ ଅପରେସନ ମଧ୍ୟ ଚାଲିଛି। କର୍ତ୍ତୃପକ୍ଷ ବନ୍ୟା ସତର୍କ ସୂଚନା ଜାରି କରିବା ସହ ଯୁଦ୍ଧସ୍ତରରେ ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତର ଜାରି ରଖିଛନ୍ତି । ନେପାଳ ସେନା ସମଗ୍ର ଦେଶରେ ପ୍ରଭାବିତ ଲୋକଙ୍କୁ ବିମାନ ଯୋଗେ ଉଦ୍ଧାର କରିଛନ୍ତି।

ସେହିପରି ବିଗତ ୫୪ ବର୍ଷ ମଧ୍ୟରେ ଏହା ସର୍ବାଧିକ ବୋଲି ପାଣିପାଗ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡିଛି। ଗତ ଚବିଶ ଘଣ୍ଟା ମଧ୍ୟ‌ରେ ରାଜଧାନୀ କାଠମାଣ୍ଡୁରେ ୨୪୦ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ବର୍ଷା ଯୋଗୁଁ ନେପାଳର ଅଧିକାଂଶ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ପ୍ରବଳ ବର୍ଷା ଯୋଗୁଁ ନେପାଳର ପୂର୍ବ ଏବଂ ମଧ୍ୟ ଭାଗର ଅନେକ ଅଂଶ ଜଳମଗ୍ନ ହୋଇଯାଇଛି । ଏଥି ପାଇଁ ୫୬ଟି ଜିଲ୍ଲାରେ ସତର୍କ ସୂଚନା ଜାରି କରାଯାଇଛି। ବନ୍ୟା ପ୍ରଭାବିତ ଅଂଚଳରେ ଶିକ୍ଷାନୁଷ୍ଠାନ ବନ୍ଦ ରଖାଯିବା ସହ ନଦୀବନ୍ଧଗୁଡ଼ିକ ଉପରେ ସତର୍କ ନଜର ରଖାଯାଇଛି।

ଅନ୍ୟପଟେ ବର୍ଷା ଯୋଗୁଁ ଶତାଧିକ ପର୍ଯ୍ୟଟକ ବିଭିନ୍ନ ସ୍ଥାନରେ ଅଟକି ରହିଛନ୍ତି। ସ୍ଥିତିରେ ଉନ୍ନତି ଘଟିବା ପର୍ଯ୍ୟନ୍ତ ଅଗ୍ରସର ନ ହେବାକୁ ପର୍ଯ୍ୟଟକଙ୍କୁ ପରାମର୍ଶ ଦିଆଯାଇଛି।

 

Leave a Reply

Your email address will not be published. Required fields are marked *