ରାଜ୍ୟ ସରକାର ସରୋଗାସୀ ପିତୃତ୍ୱ ଓ ମାତୃତ୍ୱ ଛୁଟି ବ୍ୟବସ୍ଥା କରିଛନ୍ତି। ଅନ୍ୟକୁ ଗର୍ଭ ଉଧାର ଦେଉଥିବା ସରକାରୀ ଚାକିରିଆ ମହିଳାଙ୍କୁ ୧୮୦ ଦିନର ମାତୃତ୍ୱ ଛୁଟି ମିଳିବ। ସେହିପରି ପିତା ଯଦି ସରକାରୀ ଚାକିରିଆ ହୋଇଥିବା ନିୟମ ଅନୁସାରେ ତାଙ୍କୁ ମଧ୍ୟ ୧୫ ଦିନର ପିତୃତ୍ୱ ଛୁଟି ମିଳିବ। ସନ୍ତାନ ଜନ୍ମର ୬ ମାସ ମଧ୍ୟରେ ୧୫ ଦିନ ପିତୃତ୍ୱ ଛୁଟି ନେଇ ପାରିବେ। ଏ ନେଇ ଅର୍ଥ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ଜାରି ହୋଇଛି। ୨ଟି ଜୀବିତ ସନ୍ତାନ ଥାଇ ସରୋଗେଟ ମା’ ହେଲେ ୬ ମାସ ମାତୃତ୍ୱ ଛୁଟି ମିଳିବ। ଏଥିସହ ଯେଉଁ ମା’ଙ୍କ ପାଇଁ ସେ ନିଜ ଗର୍ଭ ଉଧାର ଦିଅନ୍ତି ଅର୍ଥାତ୍‍ କମିଶନିଂ ମଦରଙ୍କୁ ମଧ୍ୟ ୧୮୦ ଦିନର ମାତୃତ୍ୱ ଛୁଟି ପ୍ରଦାନ ପାଇଁ ବିଜ୍ଞପ୍ତିରେ ସ୍ପଷ୍ଟ ହୋଇଛି।

Leave a Reply

Your email address will not be published. Required fields are marked *