ବ୍ରାଣ୍ଡ ଅସଲି ଥିବା ବେଳେ ମଦ ନକଲି । ନକଲି ମଦକୁ ନେଇ ରାଜ୍ୟରେ ହଇଚଇ ସୃଷ୍ଟି ହେଉଥିବା ବେଳେ ଆଜି କଟକ ଜିଲ୍ଲା ନିଶ୍ଚିନ୍ତ କୋଇଲି ବଜାରରେ ଏକ ବାର ଉପରେ ଅବକାରୀ ବିଭାଗର ଚଢ଼ାଉ କରିଛି। ନିଶ୍ଚିନ୍ତକୋଇଲି ବଜାରରେ ଥିବା ଏସ୍ ଆର ବାର ଉପରେ କଟକ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି । ଚଢାଉ ବେଳେ ବାରରୁ ବ୍ୟାପକ ବେଆଇନ ମଦ, ଠିପି, ଷ୍ଟିକର ଜବତ ହୋଇଥିବା ସୂଚନା ।

ସୂଚନା ଅନୁଯାୟୀ ନିଶ୍ଚିନ୍ତକୋଇଲି ବଜାରରେ ଥିବା ଏସଆର ବାରରେ ନକଲି ମଦ ବିକ୍ରି ହେଉଥିବା ଅଭିଯୋଗ ଆଧାରରେ ଏହି ଚଢ଼ାଉ ହୋଇଥିବା ସୂଚନା ମିଳିଛି । ଏହି ଚଢ଼ାଉରେ ୧୦ ଜଣିଆ ଟିମ ସାମିଲ ରହିଥିଲେ ।

 

Leave a Reply

Your email address will not be published. Required fields are marked *