ମାନହାନି ମୋକଦ୍ଦମା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ଶିବସେନା ନେତା ସଞ୍ଜୟ ରାଉତ । ସଞ୍ଜୟଙ୍କୁ ୧୫ ଦିନ ଜେଲ୍ ସହ ୨୫ ହଜାର ଜରିମାନାର ଦଣ୍ଡାଦେଶ ଦେଇଛନ୍ତି ମୁମ୍ବାଇ ମେଟ୍ରୋପଲିଟାନ୍‌ ମାଜିଷ୍ଟ୍ରେଟ କୋର୍ଟ । ଭାରତୀୟ ଦଣ୍ଡ ସଂହିତାର ଧାରା ୫୦୦ ଅଧୀନରେ ରାଉତଙ୍କୁ ମାନହାନିର ଦୋଷୀ ସାବ୍ୟସ୍ତ କରାଯାଇଛି ।

ସୂଚନା ମୁତାବକ; ପୂର୍ବତନ ବିଜେପି ସାଂସଦ କିରିଟ ସୋମାୟାଙ୍କ ପତ୍ନୀ ମେଧାଙ୍କ ତରଫରୁ ରାଉତଙ୍କ ବିରୋଧରେ ଏକ ମାନହାନି ମାମଲା ଦାୟର କରାଯାଇଥିଲା । ଅଭିଯୋଗରେ ଦର୍ଶାଇଥିଲେ ଯେ ରାଉତ ସେ ଏବଂ ତାଙ୍କ ସ୍ୱାମୀଙ୍କ ବିରୋଧରେ ଭିତ୍ତିହୀନ ତଥା ସମ୍ପୂର୍ଣ୍ଣ ମିଥ୍ୟ ପ୍ରଚାର କରି ସେମାନଙ୍କୁ ବଦନାମ କରୁଛନ୍ତି। ସେ ଏବଂ ତାଙ୍କର ସ୍ବେଚ୍ଛାସେବୀ ସଂଗଠନ ୧୦୦ କୋଟି ଟଙ୍କାର ଚୌଚାଳୟ ଦୁର୍ନୀତିରେ ଜଡ଼ିତ ବୋଲି ସଞ୍ଜୟ ରାଉତ ମିଥ୍ୟ ପ୍ରଚାର କରିଥିବା ଅଭିଯୋଗ ଆଣିଥିଲେ ମେଧା। ଏଥିପାଇଁ ‌ସେ ଶିବସେନା ସାଂସଦଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଲୋଡିଥିଲେ।

Leave a Reply

Your email address will not be published. Required fields are marked *