ବହୁ ଚର୍ଚ୍ଚିତ ଭରତପୁର ଥାନାରେ ନିର୍ଯାତନା ଘଟଣାରେ ତନାଘନା କରୁଛି କ୍ରାଇମବ୍ରାଞ୍ଚ । ଭରତପୁର ଥାନାରେ ଘଟିଥିବା ନିର୍ଯାତନାର କ୍ରାଇମ୍ ସିନ ରିକ୍ରିଏସନ କଲା କ୍ରାଇମବ୍ରାଞ୍ଚ । ଉଭୟ ଭରତପୁର ଥାନା ଓ ପଥରଗାଡ଼ିଆର ସୁନ୍ଦରପୁରରେ ସରିଲା ପୀଡ଼ିତାଙ୍କ କ୍ରାଇମ ସିନ୍ ରିକ୍ରିଏସନ । ଏନେଇ ଭରତପୁର ଥାନାରେ କ୍ରାଇମବ୍ରାଞ୍ଚ ଟିମ୍ ସହ ପୀଡିତା ଓ ମେଜର ପହଞ୍ଚି ଘଟଣାର ରୂପାନ୍ତର କରିଛନ୍ତି । ଭରତପୁର ଥାନରେ ୧ ଘଣ୍ଟାରୁ ଅଧିକ ସମୟ ଧରି ଚାଲିଥିଲା ସିନ୍ ରିକ୍ରିଏସନ ।

ସେହିପରି ଭରତପୁର ଥାନାରେ ଖୋଳତାଡ଼ ପରେ ପଥରଗାଡିଆରେ ଯେଉଁଠି ତାଙ୍କ ସହ କିଛି ଛାତ୍ରଙ୍କ ମଧ୍ୟରେ ରାସ୍ତାରେ ଧସ୍ତାଧସ୍ତି ହୋଇଥିଲା । ସେ ଘଟଣାସ୍ଥଳକୁ ଯାଇ ମଧ୍ୟ ତନାଘନା କରିଛନ୍ତି କ୍ରାଇମବ୍ରାଞ୍ଚ ଟିମ୍ ଅଧିକାରୀ । ଅନ୍ୟପଟେ କ୍ୟାପଟେନ ଓ ପୀଡ଼ିତାଙ୍କ ସହ ଆସିଥିଲେ ସେନା ଅଧିକାରୀ । ନିଜେ ଭିଡିଓଗ୍ରାଫି ମାଧ୍ୟମରେ ତଦନ୍ତ ପକ୍ରିୟାକୁ ରେକର୍ଡିଂ କରିଥିଲେ । ଭରତପୁର ଥାନାର ନୂଆ ଆଇଆଇସିଙ୍କ ସମେତ ସମସ୍ତ ପୋଲିସ ଉପସ୍ଥିତ ଥିଲେ ।

 

Leave a Reply

Your email address will not be published. Required fields are marked *