ସୁଭଦ୍ରା ଯୋଜନା ପାଇଁ ଆବେଦନ କରିସାରିଲେଣି ୯୨ ଲକ୍ଷ ଆବେଦନକାରୀ । ଏନେଇ ଆଜି ସୂଚନା ଦେଇ ଉପ-ମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି ଆଜି ପର୍ଯ୍ୟନ୍ତ ୯୨ ଲକ୍ଷ ଲୋକେ ସୁଭଦ୍ରା ଯୋଜନା ପାଇଁ ଆବଦେନ କରିସାରିଛନ୍ତି। ଆମେ ୨୫ ଲକ୍ଷ ୧୧ ହଜାର ଲୋକଙ୍କୁ ଦେଇଛୁ। ଆଉ ଏକ ସପ୍ତାହ ମଧ୍ୟରେ ଆବେଦନ ୧ କୋଟି ଛୁଇଁଯିବ । ଇ-କେୱାଇସି ପାଇଁ ଟିକେ ସମୟ ଲାଗୁଛି । ମାର୍ଚ୍ଚ ୮ ପୂର୍ବରୁ ପ୍ରଥମ କିସ୍ତିି ସମସ୍ତ ହିତାଧିକାରୀଙ୍କୁ ଦିଆଯିବ। ନହେଲେ ମାର୍ଚ୍ଚ ୮ରେ ସମସ୍ତେ ଏକା ସାଙ୍ଗରେ ପାଇବେ ୨ଟି କିସ୍ତି ଟଙ୍କା ବୋଲି ଉପ-ମୁଖ୍ୟମନ୍ତ୍ରୀ କହିଛନ୍ତି।

ସୂଚନାଯୋଗ୍ୟ, ଗତ ୧୭ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭୁବନେଶ୍ୱରରେ ଯୋଜନା ‘ସୁଭଦ୍ରା’ର ଶୁଭାରମ୍ଭ କରିଥିଲେ । ଏହି ଯୋଜନା ଅଧୀନରେ ୨୧ ରୁ ୬୦ ବର୍ଷ ବୟସର ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ୫ ବର୍ଷ ମଧ୍ୟରେ ୫୦ ହଜାର ଟଙ୍କା ମିଳିବ। ଦୁଇଟି କିସ୍ତିରେ ବାର୍ଷିକ ୧୦ ହଜାର ଟଙ୍କା ହିତାଧିକାରୀଙ୍କ ଆଧାର ସକ୍ଷମ ଏବଂ ଡିବିଟି ସକ୍ଷମ ବ୍ୟାଙ୍କ ଆକାଉଣ୍ଟରେ ସିଧାସଳଖ ଜମା କରାଯିବ। ଏଯାଏ ୨୫ ଲକ୍ଷ ୧୧ ହଜାର ମହିଳାଙ୍କୁ ସୁଭଦ୍ରା ଯୋଜନାରେ ଟଙ୍କା ମିଳିସାରିଛି।

Leave a Reply

Your email address will not be published. Required fields are marked *