ଭରତପୁର ଥାନାରେ ମେଜର ଓ ବାନ୍ଧବୀଙ୍କୁ ନିର୍ଯାତନା ମାମଲାରେ ଭୁବନେଶ୍ୱର ଏସଡିଜେଏମ କୋର୍ଟରେ ହାଜର ହେଲେ ନିଲମ୍ବିତ ଆଇଆଇସି ଦୀନକୃଷ୍ଣ ମିଶ୍ର । ଦୀନକୃଷ୍ଣଙ୍କ ପଲିଗ୍ରାଫ୍‌ ଟେଷ୍ଟ ପାଇଁ କ୍ରାଇମବ୍ରାଞ୍ଚ ଆବେଦନ କରିଥିଲା । କୋର୍ଟରେ ହାଜର ହୋଇ ସମସ୍ତ ଟେଷ୍ଟ ଦେବା ପାଇଁ ସହମତି ଦେଲେ ନିଲମ୍ବିତ ଆଇଆଇସି । ଯାହାପରେ ମାନ୍ୟବର କୋର୍ଟ ସମସ୍ତ ଟେଷ୍ଟ ପାଇଁ ନିର୍ଦ୍ଦେଶ ଦେଇଥିଲେ । କୋର୍ଟଙ୍କ ଅନୁମତି ପାଇବା ପରେ ଗୁଜୁରାଟର ଗାନ୍ଧୀନଗର ଏହି ସବୁ ଟେଷ୍ଟ କରାଯିବ ।

ସୂଚନଯୋଗ୍ୟ; ଭାରତୀୟ ସେନାର ମେଜର ଓ ତାଙ୍କ ବାନ୍ଧବୀଙ୍କୁ ଭରତପୁର ଥାନାରେ ନିର୍ଯାତନା ଅଭିଯୋଗ ମାମଲାରେ ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ ଟିମ୍ । ଭରତପୁର ଥାନାର ନିଲମ୍ବିତ ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କୁ ଜେଏମ୍‌ଏଫ୍‌ସି କୋର୍ଟରେ ହାଜର କରିଛି କ୍ରାଇମବ୍ରାଞ୍ଚ । କୋର୍ଟରେ ହାଜର ସମୟରେ ଥାନା ଅଧିକାରୀଙ୍କ ବ୍ରେନ୍‌ ମ୍ୟାପି, ଲାଏ ଡିଟେକ୍ସନ ଟେଷ୍ଟ, ନାର୍କୋ ଟେଷ୍ଟ ପାଇଁ କୋର୍ଟଙ୍କୁ ଅନୁମତି ଲୋଡିଥିଲା କ୍ରାଇମବ୍ରାଞ୍ଚ ।

Leave a Reply

Your email address will not be published. Required fields are marked *