ଚାଇଲ୍ଡ ପର୍ଣ୍ଣୋଗ୍ରାଫି ନେଇ ସୁପ୍ରିମକୋର୍ଟଙ୍କ ଆସିଲା ବଡ଼ ରାୟ । ଛୋଟ ପିଲାଙ୍କ ସହ ଜଡିତ ଅଶ୍ଳିଳ ଭିଡ଼ିଓ ଦେଖିବା ଏବଂ ଡାଉନଲୋଡ କରି ରଖିବା ମଧ୍ୟ ପୋକସୋ ଆକ୍ଟ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା (ଆଇଟି) ଆଇନ ଅଧୀନରେ ଅପରାଧ ବୋଲି ସ୍ପଷ୍ଟ କରିଛନ୍ତି ସୁପ୍ରିମ୍‌କୋର୍ଟ । ଯଦି ଆପଣଙ୍କ ଫୋନରେ ଚାଇଲ୍ଡ ପର୍ଣ୍ଣୋଗ୍ରାଫି ସମ୍ବନ୍ଧୀୟ ବିଷୟବସ୍ତୁ ଅଛି, ତେବେ ଆପଣଙ୍କୁ ଜେଲ ଦଣ୍ଡ ଦିଆଯିବ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଏହି ରାୟ ଦେବା ସହ ମାଡ୍ରାସ ହାଇକୋର୍ଟ ନିଷ୍ପତ୍ତିକୁ ମଧ୍ୟ ରଦ୍ଦ କରାଯାଇଛି ।

ସୂଚନା ମୁତାବକ; ମାଡ୍ରାସ ହାଇକୋର୍ଟ ମୋବାଇଲ୍ ଫୋନରେ ଶିଶୁ ଅଶ୍ଳୀଳ ବିଷୟବସ୍ତୁ ରଖିଥିବା ଅଭିଯୋଗ ହୋଇଥିବା ବ୍ୟକ୍ତିଙ୍କ ବିରୋଧରେ ଚାଲିଥିବା ମାମଲାକୁ ବାତିଲ କରାଯାଇଥିଲା। ମାଡ୍ରାସ ହାଇକୋର୍ଟ ନିଜର ରାୟରେ କହିଥିଲେ ଯେ ଚାଇଲ୍ଡ ପର୍ଣ୍ଣୋଗ୍ରାଫି ଦେଖିବା କିମ୍ବା ଷ୍ଟୋର କରି ରଖିବା ଅପରାଧ ପରିସର ମଧ୍ୟରେ ଆସେ ନାହିଁ ।

ତେବେ ମାଡ୍ରାସ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ଦାଖଲ ଆବେଦନ ଉପରେ ସୁପ୍ରିମ୍‌କୋର୍ଟ ରାୟ ଦେଇଛନ୍ତି ।  ସୁପ୍ରିମ୍‌କୋର୍ଟ ମାଡ୍ରାସ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ରଦ୍ଦ କରି ଏହାକୁ ଗୁରୁତର ଅପରାଧ ବୋଲି କହିଛନ୍ତି । ଏଥିରେ ‘ଚାଇଲ୍ଡ ପର୍ଣ୍ଣୋଗ୍ରାଫି’ ଶବ୍ଦକୁ ‘Child Sexual Exploitative and Abusive Material’ରେ ବଦଳାଇବାକୁ କୁହାଯାଇଛି । ସୁପ୍ରିମକୋର୍ଟ ‘ଚାଇଲ୍ଡ ପର୍ଣ୍ଣୋଗ୍ରାଫି’ ଶବ୍ଦ ବ୍ୟବହାର ନ କରିବାକୁ ସମସ୍ତ କୋର୍ଟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ସୁପ୍ରିମ୍‌କୋର୍ଟ କହିଛନ୍ତି ଯେ ଯୌନ ଶିକ୍ଷା ଉପରେ ଗୁରୁତ୍ୱ ଦିଆଯିବା ଉଚିତ । ଏଥିରେ ଚାଇଲ୍ଡ ପର୍ଣ୍ଣ ସହ ଜଡ଼ିତ ଆଇନ ଏବଂ ନୈତିକ ପ୍ରଭାବ ବିଷୟରେ ସୂଚନା ଅନ୍ତର୍ଭୁକ୍ତ ହେବା ଦରକାର । ଏହା ସହ କେନ୍ଦ୍ର ସରକାର ଏକ ବିଶେକଷଜ୍ଞ କମିଟି ଗଠନ କରିପାରିବା ପାଇଁ ପରାମର୍ଶ ଦେଇଛନ୍ତି ସୁପ୍ରିମକୋର୍ଟ । ଯେଉଁଥିରେ ଯୌନ ଶିକ୍ଷା ବ୍ୟବସ୍ଥା ପ୍ରସ୍ତୁତ କରିବ । ବିଦ୍ୟାଳୟଗୁଡ଼ିକ କମ୍‌ ବୟସରୁ ହିଁ ପିଲାମାନଙ୍କୁ ପୋକ୍ସୋ ନିୟମ ବିଷୟରେ ଜଣାଯିବ ।

Leave a Reply

Your email address will not be published. Required fields are marked *