ଶ୍ରୀଲଙ୍କାର ପରବର୍ତ୍ତୀ ରାଷ୍ଟ୍ରପତି ହେବାକୁ ଯାଉଛନ୍ତି ମାର୍କ୍ସବାଦୀ ନେତା ତଥା ନ୍ୟାସନାଲ ପିପୁଲ୍ସ ପାୱାର (ଏନପିପି)ର ନେତା ଅନୁରା କୁମାରା ଦିଶାନାୟକେ। ରବିବାର ଭୋଟ୍ ଗଣତି ଚାଲିଥିବା ବେଳେ ରାଷ୍ଟ୍ରପତି ନିର୍ବାଚନରେ ଶ୍ରୀଲଙ୍କା ସାଂସଦ ଆଗୁଆ ଥିବା ଜଣାପଡ଼ିଛି। ଶନିବାର ଶ୍ରୀଲଙ୍କାବାସୀ ନୂଆ ରାଷ୍ଟ୍ରପତି ଚୟନ ପାଇଁ ଭୋଟ୍ ଦେଇଥିଲେ। ୨୦୨୨ରେ ସବୁଠାରୁ ଭୟଙ୍କର ଅର୍ଥନୈତିକ ସଙ୍କଟ ପରେ ଏହି ଦ୍ୱୀପରେ ଏହା ହେଉଛି ପ୍ରଥମ ନିର୍ବାଚନ।

ଯଦି ବର୍ତ୍ତମାନର ନିର୍ବାଚନ ଫଳାଫଳକୁ ଲକ୍ଷ୍ୟ କରାଯାଏ, ତେବେ ୨୦୨୨ ଜୁଲାଇରେ ରାଜନୈତିକ-ଅର୍ଥନୈତିକ ସଙ୍କଟ ମଧ୍ୟରେ ଶ୍ରୀଲଙ୍କାରେ ଶାସନ ଭାର ସମ୍ଭାଳିଥିବା ରାଷ୍ଟ୍ରପତି ରାନିଲ ବିକ୍ରମସିଂହେଙ୍କ ସ୍ଥାନ ନେବାକୁ ଯାଉଛନ୍ତି ଅନୁରା କୁମାରା ଦିଶାନାୟକେ।

ରବିବାର ସକାଳ ୭ଟା ସୁଦ୍ଧା ହୋଇଥିବା ଭୋଟ୍ ଗଣତିରେ ୫୬ ବର୍ଷୀୟ ଦିଶାନାୟକେ ୭,୨୭,୦୦୦ ବା ୫୨ ପ୍ରତିଶତ ଭୋଟ୍ ପାଇଛନ୍ତି। ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ମୁଖ୍ୟ ବିରୋଧୀ ଦଳ ନେତା ୫୭ ବର୍ଷୀୟ ସଜିତ ପ୍ରେମଦାସା ୨୩ ପ୍ରତିଶତ ବା ୩,୩୩,୦୦୦ ଭୋଟ୍ ପାଇଥିଲେ। ଅନ୍ୟପକ୍ଷରେ ୭୫ ବର୍ଷୀୟ ବିକ୍ରମସିଂହେ ୧୬ ପ୍ରତିଶତ ବା ୨ ଲକ୍ଷ ୩୫ ହଜାର ଭୋଟ୍ ପାଇ ପଛରେ ରହିଛନ୍ତି।

Leave a Reply

Your email address will not be published. Required fields are marked *