ଏୟାର ମାର୍ଶାଲ ଅମର ପ୍ରୀତ୍ ସିଂ ହେବେ ନୂଆ ବାୟୁସେନା ମୁଖ୍ୟ।ଏବେ ସେ ବାୟୁସେନା ଉପମୁଖ୍ୟ ଭାବେ କାର୍ଯ୍ୟରତ ଅଛନ୍ତି । ଆସନ୍ତା ୩୦ରେ ଦାୟିତ୍ବ ଗ୍ରହଣ କରିବେ ଅମର ପ୍ରୀତ । ବର୍ତ୍ତମାନ ବାୟୁସେନା ମୁଖ୍ୟ ଅଛନ୍ତି ଏୟାର ମାର୍ଶାଲ ବିବେକ୍ ରାମ ଚୌଧୁରୀ । ତାଙ୍କ ସ୍ଥାନରେ ଅମର ପ୍ରୀତଙ୍କୁ ମିଳିବ ନିଯୁକ୍ତି। ଏବେ ଅମର ପ୍ରୀତ୍ ବାୟୁସେନାର ଉପମୁଖ୍ୟ ଭାବେ କାର୍ଯ୍ୟରତ ଅଛନ୍ତି । ବିବେକରାମ ଚୌଧୁରୀ ଅବସର ନେବା ପରେ ଦାୟିତ୍ବ ନେବେ ଅମରପ୍ରୀତ।

ସୂଚନା ମୁତାବକ; ପ୍ରଥମେ ଏୟାର ମାର୍ଶାଲ ଅମରପ୍ରୀତ ସିଂ ଭାରତୀୟ ବାୟୁସେନାରେ ୧୯୮୪ ଡିସେମ୍ବର ୨୧ରୁ କାର୍ଯ୍ୟ ଆରମ୍ଭ ହୋଇଥିଲା। ଅମରପ୍ରୀତ ନ୍ଯାସନାଲ ଡିଫେନ୍ସ ଏକାଡେମୀ, ଡିଫେନ୍ସ ସର୍ଭିସ ଷ୍ଟାଫ କଲେଜ ଓ ନ୍ଯାସନାଲ ଡିଫେନ୍ସ କଲେଜରୁ ଶିକ୍ଷାଲାଭ କରିଥିଲେ। ସେ ଫ୍ଲାଇଟ କମାଣ୍ଡର ଓ ମିଗ-୨୭ ସ୍କ୍ବାଡ୍ରନର କମାଣ୍ଡିଂ ଅଫିସର ଥିଲେ। ବର୍ତ୍ତମାନ ବାୟୁସେନାର ଉପମୁଖ୍ୟ ଭାବେ କାର୍ଯ୍ୟରତ ଅଛନ୍ତି । ୨୦୨୩ ଫେବୃୟାରୀରେ ସେ ଏହି ପଦ ଗ୍ରହଣ କରିଥିଲେ ।

Leave a Reply

Your email address will not be published. Required fields are marked *