ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ମାଡ଼ ଘଟଣାରେ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କୁ ଚିଠି ଲେଖିଲେ ସେନା ଅଧିକାରୀ । ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କୁ ଚିଠି ଲେଖିଲେ ସେନା କମାଣ୍ଡର ଲେଫ୍ଟନାଣ୍ଟ ଜେନେରାଲ ପି.ଏସ୍‌ ଶେଖାୱତ୍‌ । ମୁଖ୍ୟ ବିଚାରପତିଙ୍କୁ ଚିଠିରେ ଲେଖା ଯାଇଛି ଥାନାକୁ ସୁରକ୍ଷା ମାଗିବାକୁ ଯାଇଥିବା ସେନାଧିକାରୀଙ୍କୁ ପୋଲିସ ପିଟିଛି । ସେନା ମେଜର ଓ ତାଙ୍କ ବାନ୍ଧବୀଙ୍କୁ ପୋଲିସ ନିର୍ଯାତନା ଦେଇଛି । ବାନ୍ଧବୀଙ୍କୁ ଯୌନ ନିର୍ଯାତନା ସହ ସେନାଧିକାରୀଙ୍କୁ ହାଜତରେ ପୂରାଇଛନ୍ତି । ଏହି ମାମଲାକୁ ଗୁରୁତ୍ୱର ସହ ନେଇ ଏଥିରେ ହସ୍ତକ୍ଷେପ କରିବାକୁ ନିବେଦନ କରାଯାଇଛି ।

ଅନ୍ୟପଟେ ମେଜର ଓ ବାନ୍ଧବୀଙ୍କୁ ମାଡ଼ ଘଟଣା । ୭ ଜଣ ରୋଡ୍‌ ରୋମିଓଙ୍କୁ ଧରିଲା କମିଶନରେଟ୍‌ ପୋଲିସ । ସିସିଟିଭି ଆଧାରରେ ୭ ଜଣଙ୍କୁ ରୋଡ ରୋମିଓଙ୍କୁ ଧରିଲା କମିଶନରେଟ ପୋଲିସ । ଧରାପଡ଼ିଥିବା ୭ ଜଣଙ୍କୁ ଚନ୍ଦକା ଥାନାକୁ ନେଇ ପଚରାଉଚରା କରୁଛି କମିଶନରେଟ ପୋଲିସ ।

Leave a Reply

Your email address will not be published. Required fields are marked *