ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ମାମଲାରେ ଭରତପୁର ଥାନାରେ ପହଞ୍ଚିଲେ ମହିଳା କମିଶନ ଅଧ୍ୟକ୍ଷା ମିନତୀ ବେହେରା । ନିଜ ଆଡୁ ମାମଲା ରୁଜୁ କରି ଥାନାରେ ପହଞ୍ଚିଛନ୍ତି ମହିଳା କମିଶନ ଅଧ୍ୟକ୍ଷା। ସେ ଦିନ ଥାନାରେ ହୋଇଥିବା ଘଟଣାକୁ ନେଇ ପଚରାଉଚରା କରୁଥିବା ଜଣାଯାଇଛି ।

ପଚରାଉଚରା ପରେ ମହିଳା କମିଶନ ଅଧ୍ୟକ୍ଷା ମିନତୀ ବେହେରା ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇ କହିଛନ୍ତି ମହିଳା କମିଶନ ଏନେଇ ନିଜ ତରଫରୁ ଏକ ମାମଲା ରୁଜୁ କରିଛନ୍ତି । ଖୁବ୍ ଶୀଘ୍ର ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ଡିସିପିଙ୍କୁ ଚିଠି କରିଛୁ । ସଠିକ ତଦନ୍ତ କରାଯାଇ ଦୋଷୀକୁ ଦଣ୍ଡ ଦିଆଯାଉ । ଏବଂ ପୀଡ଼ିତାଙ୍କୁ ନିଶ୍ଚିତ ଭାବେ ନ୍ୟାୟ ମିଳିବ ।

 

Leave a Reply

Your email address will not be published. Required fields are marked *