ଭରତପୁର ଥାନାରେ ମେଜର ଓ ବାନ୍ଧବୀଙ୍କୁ ନିର୍ଯାତନା ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଏଭଳି ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କହିବା ସହ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଓ ନ୍ୟାୟ ଦାବି କରିଛନ୍ତି। ଏଭଳି ଏକ ଘଟଣାରେ ରାଜ୍ୟପାଳଙ୍କ ପୁଅର ସମ୍ପୃକ୍ତି ପ୍ରସଙ୍ଗ ମଧ୍ୟ ଉଠାଇଥିଲେ। ରାଜ୍ୟ ସରକାରଙ୍କୁ ଅପାରଗ ମଧ୍ୟ କହିଛନ୍ତି।

ଶ୍ରୀ ପଟ୍ଟନାୟକ ଆହୁରି କହିଛନ୍ତଗି, ଭରତପୁର ଥାନାରେ ଜଣେ ଆର୍ମି ମେଜର ଓ ଜଣେ ମହିଳାଙ୍କ ସହ ଯେଉଁଭଳି ବ୍ୟବହାର କରାଯାଇଛି ତାହା ଆଶ୍ଚର୍ଯ୍ୟଜନକ। ପୋଲିସ ସେମାନଙ୍କ ସହ ଯେଉଁଭଳି ବ୍ୟବହାର କରିଛି ତାହା ଅତ୍ୟନ୍ତ ଦୁଃଖଦାୟକ। ବିଜେଡି ଏହାକୁ ଦୃଢ଼ ନିନ୍ଦା କରିବା ସହ ଏଥିରେ ସମ୍ପୃକ୍ତ ସମସ୍ତଙ୍କ ବିରୋଧରେ ବିଜେପି ସରକାର ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ଆଶା କରୁଛି।

ବିଜେଡି ସରକାର ସମୟରେ ମୋ ସରକାର ବ୍ୟବସ୍ଥା ଥିଲା ଯେଉଁଥିରେ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଏବଂ ବରିଷ୍ଠ ଅଧିକାରୀମାନେ ନାଗରିକମାନଙ୍କୁ ଡାକି ଥାନା ଓ ଡାକ୍ତରଖାନା ସମେତ ସରକାରୀ କାର୍ଯ୍ୟାଳୟ ପରିଦର୍ଶନ, ସେମାନଙ୍କୁ ସମ୍ମାନଜନକ ଏବଂ ବୃତ୍ତିଗତ ଆଚରଣ ସହିତ ବ୍ୟବହାର କରାଯାଇଛି କି ନାହିଁ ସେ ବିଷୟରେ ମତାମତ ନେଉଥିଲେ । ହେଲେ ବିଜେପି ସରକାର ତୁରନ୍ତ ମୋ ସରକାରଙ୍କ ଜନହିତକର ପଦକ୍ଷେପକୁ ବନ୍ଦ କରିଦେଇଛନ୍ତି, ଏବେ ତାର ପରିଣାମ ଦେଖିବାକୁ ମିଳୁଛି ।

ଆକ୍ରମଣ ଘଟାଣାର ରାଜ୍ୟପାଳଙ୍କ ପୁଅ ବିରୋଧରେ ବିଜେପି ସରକାର କାର୍ଯ୍ୟାନୁଷ୍ଠାନ ନେବାକୁ ମନା କରିଦେଇଥିଲେ। ରାଜ୍ୟପାଳଙ୍କ ପୁଅ ବିରୋଧରେ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ମୁଁ ଏବେ ବି ଅନୁରୋଧ କରୁଛି। ଜଣେ ସେନା ମେଜର ଏବଂ ମହିଳାଙ୍କ ବିରୋଧରେ ଏହି ଗମ୍ଭୀର ଘଟଣାର ନ୍ୟାୟିକ ତଦନ୍ତ ଏବଂ ଅଦାଲତଙ୍କ ତତ୍ତ୍ୱାବଧାନରେ ଏସଆଇଟି ତଦନ୍ତ କରିବାକୁ ମୁଁ ଦାବି କରୁଛି ବୋଲି କହିଛନ୍ତି।

Leave a Reply

Your email address will not be published. Required fields are marked *