ଭଦ୍ରକ ଜିଲ୍ଲା ଧାମନଗରର ଧୂଷୁରୀ ଥାନା ବୟାଙ୍ଗଡିହି ପଞ୍ଚାୟତ ଗୁଡୁପୋଖରୀ ବଜାରରେ ସଂଖ୍ୟାଲଘୁ ସମ୍ପ୍ରଦାୟର ପତାକା ଉପଡାକୁ ନେଇ ଉତେଜନା । ମୁହାଁମୁହିଁ ହେଲେ ୨ ଗୋଷ୍ଠୀ । ଗଣ୍ଡଗୋଳ ଓ ମାରପିଟରେ ୪ ଜଣ ଆହତ ହୋଇଥିବା ବଳେ ଜଣେ ଗୁରୁତର ହୋଇ କଟକ ବଡ ମେଡ଼ିକାଲ ସ୍ଥାନାନ୍ତର କରାଯାଇଛି । ଅନ୍ୟପଟେ ଗୁଡୁପୋଖରିରେ ଗୋଷ୍ଠୀ ସଂଘର୍ଷକୁ ନେଇ ବିଏନ୍ଏସ୍ଏସ୍ ୧୬୩ ଧାରା ଲାଗୁ ହୋଇଛି। । ଭଦ୍ରକ ଉପଜିଲ୍ଲାପାଳ ମନୋଜ ପାତ୍ରଙ୍କ ନିର୍ଦ୍ଦେଶରେ ୧୬୩ ଧାରା ଲାଗୁ କରାଯାଇଛି। ଏହି ଧାରା ଆଜି ଅପରାହ୍ନ ୨ ଟା ଠାରୁ ଆରମ୍ଭ ହୋଇ ୨୧ ତାରିଖ ଦିନ ସକାଳ ୧୦ ଟା ପର୍ଯ୍ୟନ୍ତ ବଳବତ୍ତର ରହିବ । ଏହି ସମୟରେ ଗୁଡୁପୋଖରିରି ଆଖାପାଖର ୧ କିଲୋମିଟର ପରିସରରେ ଏକତ୍ରିତ ଓ ଶୋଭାଯାତ୍ରାରେ ମଧ୍ୟ କଟକଣା ଲାଗୁକରାଯାଇଛି । Post navigation ସେପ୍ଟେମ୍ବର ୨୪ ସୁଦ୍ଧା ସରିବ ରତ୍ନଭଣ୍ଡାର ସର୍ଭେ: ଏଏସ୍ଆଇଙ୍କୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଚିଠି ରାଜ୍ୟରେ ନୂଆ ସରକାରର ଶହେ ଦିନ ପୂର୍ତ୍ତି ଅବସରରେ ଟ୍ବିଟ୍ କରି ଶୁଭେଚ୍ଛା ଜଣାଇଲେ କେନ୍ଦ୍ରମନ୍ତ୍ରୀ