ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କୁ ଭରତପୁର ଥାନାରେ ନିର୍ଯାତନା ଓ ଦୁର୍ବ୍ୟବହାର ମାମଲାର ରୁଜୁ ସହ ତଦନ୍ତ ନିର୍ଦ୍ଦେଶ ଦେଲେ ଡିଜିପି ୱାଇ.ବି. ଖୁରାନିଆ । ଡିଜିପି କହିଛନ୍ତି ଅଧିକାରୀଙ୍କ ଅଭିଯୋଗ ଆଧାରରେ ମୂଳ ଘଟଣାର ତଦନ୍ତ ହୋଇ ମାମଲା ରୁଜୁ କରାଯିବ । ଏହି ମାମଲା ଆଧାରରେ ସେମାନଙ୍କୁ ରାସ୍ତା ଉପରେ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ରୋଡ ରୋମିଓଙ୍କୁ ଚିହ୍ନଟ କରାଯାଇ ଆକ୍ସନ ନିଆଯିବ।

ସେପଟେ ତତ୍କାଳୀନ ଥାନାଧିକାରୀଙ୍କ ସହ ୫ପୁଲିସ କର୍ମଚାରୀ ମାନଙ୍କୁ ନିଲମ୍ବିତ କରାଯିବା ସହ ବୟାନ ରେକର୍ଡ କରାଯାଇଛି। ଆଗାମୀ ଦିନରେ ମେଜର ଓ ତାଙ୍କ ବାନ୍ଧବୀଙ୍କ ମଧ୍ୟ ବୟାନ ରେକର୍ଡ କରାଯିବ ବୋଲି କହିଛନ୍ତି ଡିଜିପି।

ସୂଚନା ମୁତାବକ; ଶନିବାର ରାତିରେ ମେଜର ଗୁରୁଭନ୍ସ ସିଂ ଏବଂ ତାଙ୍କ ବାନ୍ଧବୀ ଅଙ୍କିତା ପ୍ରଧାନ ରାତି ପ୍ରାୟ ୧୨ଟା ୩୦ରେ ପଟିଆରୁ ଫେରୁଥିଲେ ସମୟରେ ଯୁବକ ସେନା ଅଧିକାରୀ ଏବଂ ତାଙ୍କ ବାନ୍ଧବୀଙ୍କୁ ଅଟକାଇଥିଲେ। ସେମାନେ ସେନା ଅଧିକାରୀଙ୍କୁ ଧକ୍କା ମାରିବା ସହ ଧମକ ଦେଇ ଚାଲିଯାଇଥିଲେ। ଏହି ଅଭିଯୋଗ ନେଇ ସେମାନେ ଥାନାକୁ ଯାଇଥିବା ବେଳେ ଦୁବୃର୍ତ୍ତଙ୍କୁ ଧରିବା ପରିବର୍ତ୍ତେ ପୁଲିସ ଓଲଟା ଅଭିଯୋଗକାରୀଙ୍କୁ ଦେଇଥିଲା ଅକଥନୀୟ ନିର୍ଯାତନା। ଥାନାରେ ଜଣେ ପୁରୁଷ କନ୍‌‌ଷ୍ଟେବଳଙ୍କୁ ତାଙ୍କ ଅଭିଯୋଗ ରଖିବାକୁ କୌଣସି ଅଫିସରକୁ ଆସିବାକୁ କହିଥିଲେ। ସେତେବେଳେକୁ ଉକ୍ତ କନ୍‌‌ଷ୍ଟବଳ ନିଶାସକ୍ତ ଅବସ୍ଥାରେ ରହିଥିଲେ। ଏହି ସମୟରେ ଆଉ ଜଣେ ମହିଳା ଅଫିସର ବିନା ୟୁନିଫର୍ମରେ ସେଠାକୁ ଆସିଥିଲେ। ସେନା ଅଧିକାରୀ ଅଭିଯୋଗ ରଖିବା ଲାଗି ତାଙ୍କୁ କହିଥିଲେ। ମହିଳା ଅଫିସର ଜଣଙ୍କ କିଛି ଶୁଣିନଥିଲେ। ଏହାପରେ ଅଙ୍କିତା ଓ ମହିଳା ଅଫିସରଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏହି ସମୟରେ ବାହାରେ ପାଟ୍ରୋଲିଂ କରୁଥିବା ଭ୍ୟାନ୍‌‌ ଆସି ସେନାଧିକରିଙ୍କୁ ତାଙ୍କ ପ୍ୟାଣ୍ଟ, ସାର୍ଟ ଖୋଲି ହାଜତରେ ବସାଇ ଦେଇଥିଲେ।

ଏହାପରେ କେଉଁ ଅଭିଯୋଗ ଆଧାରରେ ତାଙ୍କୁ ହାଜତରେ ରଖିଲ ବୋଲି ତାଙ୍କ ବାନ୍ଧବୀ ଅଭିଯୋଗ କରିବା ପରେ ପୁଣି ମହିଳା ଅଫିସର ତାଙ୍କ ସହ ଯୁକ୍ତିତର୍କ କରିଥିଲେ। ଏହାପରେ ଅଙ୍କିତା ବାହାରକୁ ଆସୁଥିବା ବେଳେ ୩ରୁ ୪ଜଣ ପୁଲିସ ତାଙ୍କ ଚୁଟି ଘୋଷାଡ଼ି ଏକ ରୁମ୍‌‌ ଭିତରକୁ ନେଇଯାଇଥିଲେ। ସେଠାରେ ଓଢ଼ଣୀରେ ତାଙ୍କ ହାତକୁ ବାନ୍ଧି ଦେଇଥିଲେ। ଏପରିକି ପୁରୁଷ ପୁଲିସ ଆଗରେ ତାଙ୍କର ଅନ୍ତଃବସ୍ତ୍ର ଖୋଲିଥିବା ଅଭିଯୋଗ ହୋଇଛି । ଏହା ଛଡା ପୁଲିସ ନିଜର ଭୁଲ ଲୁଚାଇବାକୁ ଯାଇ ମିଛରେ ମାମଲା ରୁଜୁ କରି ମେଜରଙ୍କ ବାନ୍ଧବୀଙ୍କୁ ଗିରଫ କରି କୋର୍ଟ ପଠାଥିଲା।

Leave a Reply

Your email address will not be published. Required fields are marked *