ଭୁବନେଶ୍ୱରସ୍ଥିତ ଏକ ଘରୋଇ ଇଞ୍ଜିନିୟରିଂ କଲେଜରେ ଝାଡ଼ଖଣ୍ଡ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ନିରପେକ୍ଷ ତଦନ୍ତ ପାଇଁ ରାଜଭବନ ପକ୍ଷରୁ ଦାବି କରାଯାଇଛି। ତଦନ୍ତ ପାଇଁ ରାଜ୍ୟ ସରକାରଙ୍କୁ ରାଜଭବନ ପକ୍ଷରୁ ଅନୁରୋଧ କରାଯାଇଛି। ତୁରନ୍ତ ତଦନ୍ତ କରି କଡା କାର୍ଯ୍ୟାନୁଷ୍ଠାନ ନେବାକୁ ରାଜଭବନ ପକ୍ଷରୁ ଅନୁରୋଧ କରାଯାଇଛି। ପ୍ରକାଶ ଯେ, ଝାଡଖଣ୍ଡ ରାଞ୍ଚିର ଅଭିଷେକ ରବି ଗତ ୧୦ରେ ଜାଗମରାସ୍ଥିତ ଘରୋଇ କଲେଜରେ ବିଟେକରେ ନାଁ ଲେଖାଇଥିଲେ। ତେବେ ନାମ ଲେଖାଇବାର ମାତ୍ର ୩ ଦିନ ପରେ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଥିଲା। ଏପରିକି କଲେଜରେ ତାଙ୍କୁ ରାଗିଙ୍ଗ କରାଯାଉଥିବା ନେଇ ୧୨ ତାରିଖରେ ଥାନାରେ ଅଭିଯୋଗ ମଧ୍ୟ କରିଥିଲେ। Post navigation ପୂର୍ବତନ ରାଜ୍ୟପାଳଙ୍କୁ ହସ୍ପିଟାଲରେ ଭେଟିଲେ ମୁଖ୍ୟମନ୍ତ୍ରୀ: ଆଶୁ ଆରୋଗ୍ୟ କାମନା କଲେ ନାଲକୋର ପରବର୍ତ୍ତୀ ସିଏମଡି ହେବେ ବ୍ରିଜେନ୍ଦ୍ର ପ୍ରତାପ ସିଂହ