ଆଜି ବିଜେପିକୁ ଟାର୍ଗେଟ କରି କଂଗ୍ରେସ ନେତା ବିଶ୍ଵ ରଂଜନ ମହାନ୍ତିଙ୍କ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ସାମ୍ବାଦିକ ସମ୍ମିଳନୀରେ ସୁଭଦ୍ରା ପ୍ରସଙ୍ଗରେ ବିଜେପିକୁ ୩ଟି ପ୍ରଶ୍ନ କରିଛି  କଂଗ୍ରେସ। ସେ କହିଛନ୍ତି ସୁଭଦ୍ରା ଯୋଜନାର କେତେ ମହିଳା ସାମିଲ ହେବେ । ଏବଂ ସବୁ ମହିଳାଙ୍କୁ କାହିଁକି ସାମିଲ କରାଗଲା ନାହିଁ  । ଏନେଇ ଶ୍ୱେତ ପତ୍ର ଦିଅନ୍ତୁ ପ୍ରଧାନମନ୍ତ୍ରୀ । ସବୁ ମହିଳାଙ୍କୁ ସୁଭଦ୍ରା ଯୋଜନାରେ ସାମିଲ କରିବାକୁ ପ୍ରତିଶ୍ରୁତି ଦେଇ ପ୍ରତାରଣା କରିଛନ୍ତି ରାଜ୍ୟ ସରକାର। ରାଜ୍ୟସରକାର ଦେଇଥିବା ମାସକୁ ୮୩୩ ଟଙ୍କାରେ ମହିଳା କିଭଳି ଉଦ୍ୟୋଗପତି ହେବ । ୬୦ ଲକ୍ଷରୁ ଅଧିକ ପଞ୍ଜୀକୃତ କରିଛନ୍ତି କିନ୍ତୁ ପ୍ରକୃତ ହିତାଧିକାରୀ କେତେ ।

ଏହା ଛଡା ବିଶ୍ଵ ରଂଜନ ମହାନ୍ତି କହିଛନ୍ତି ବିଜେପି ସରକାର ହେଉଛି ପୁଞ୍ଜିପତିଙ୍କର ସରକାର । ଓଡ଼ିଶାକୁ ଲୁଟିବାକୁ ବିଜେପି ଷଡ଼ଯନ୍ତ୍ର କରୁଛି । ଆଦାନୀକୁ କାହିଁକି ଗୋପାଳପୁର ବନ୍ଦର ଦିଆଯିବ। ଆଗରୁ ଧାମରାକୁ ଦିଆଯାଇଥିଲା ଏବେ ଗୋପାଳପୁର । ଆଗକୁ ଭୁବନେଶ୍ବର ବିମାନ ବନ୍ଦର ଦିଆଯିବ।  ଏହା କଣ ଓଡିଆ ଅସ୍ମିତା ନ ଓଡ଼ିଶାକୁ ଗୁଜୁରାଟ ମଡେଲ କରିବାକୁ ଷଡ଼ଯନ୍ତ୍ର କରାଯାଉଛି ବୋଲି ପ୍ରଧାନମନ୍ତ୍ରୀଙ୍କୁ ପ୍ରଶ୍ନ କରିଛି କଂଗ୍ରେସ।

ଇତିହାସରେ ନାଁ ଥିବା ଗୋପାଳପୁର ଓ ଧାମରା ବନ୍ଦର ନାମ ପରିବର୍ତ୍ତନ କରି ଆଦାନି ପୋର୍ଟ କରାଗଲେ ବିରୋଧ ହେବ । ଏହାକୁ ଓଡିଶା ବାସୀ ଗ୍ରହଣ କରିବେନି । ଓଡିଆ ଅସ୍ମିତା ପାଇଁ କଂଗ୍ରେସ ଲଢେଇ ଜାରି ରଖିବ ବୋଲି କଂଗ୍ରେସ କରିଛି ।

ସେ ଆଉ କଂଗ୍ରେସ ପ୍ରଶ୍ନ କରିଛି ଲୋକଙ୍କ ଚିଟଫଣ୍ଡ ଟଙ୍କା କେବେ ଫେରିବ । ରାଜ୍ୟପାଳ ପୁଅ ମାଡ଼ ମାରିବା ଘଟଣାକୁ ନେଇ ବି ବର୍ଷିଲା କଂଗ୍ରେସ । କାହିଁକି ଓଡିଆ ସରକାରୀ ଅଧିକାରୀଙ୍କୁ ରାଜ୍ୟପାଳଙ୍କ ପୁଅ ମାଡ଼ ମାରିବା ପରେ କାହିଁକି ପୋଲିସ୍ ଚୁପ୍ । କେବେ ଏଏସଓ ପରିବାରକୁ ନ୍ୟାୟ ମିଳିବ ।

Leave a Reply

Your email address will not be published. Required fields are marked *