ମହଙ୍ଗା ହେଲା ଦୈନଦିନ ବ୍ୟବହାର କରୁଥିବା ଖାଇବା ତେଲ । ଲିଟର ପିଛା ୨୦ଟଙ୍କା ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର। ସରକାର ଅଶୋଧିତ ପାମ୍‌ ଏବଂ ରିଫାଇନ୍‌ଡ ସୂର୍ଯ୍ୟମୁଖୀ ତେଲ ଉପରେ ଆମଦାନୀ ଶୁଳ୍କ ବଢ଼ାଇଲେ କେନ୍ଦ୍ର ସରକାର । କେନ୍ଦ୍ର ସରକାର ୧୩ ତାରିଖରେ ପାମୋଲିନ, ସୋୟାବିନ ଏବଂ ସୂର୍ଯ୍ୟମୁଖୀ ତେଲ ଉପରେ ୨୦ ପ୍ରତିଶତ ମୂଳ ଆମଦାନୀ ଶୁଳ୍କ ଲଗାଇବା ସହିତ ତାହାକୁ ୧୪ ତାରିଖରୁ ଲାଗୁ ନେଇ ନିର୍ଦ୍ଦେଶନାମା ଜାରି କରିଥିଲେ। ଏହାଦ୍ବାରା ଅଶୋଧିତ ଖାଇବା ତେଲ ଉପରେ ପ୍ରଭାବୀ ଆମଦାନି ଟିକସ ୫.୫ ପ୍ରତିଶତ ପରିବର୍ତ୍ତେ ୨୭.୫ ପ୍ରତିଶତକୁ ବଢ଼ିଯାଇଛି। ସେହିଭଳି ରିଫାଇନ୍ ଖାଇବା ତେଲର ପ୍ରଭାବୀ ଆମଦାନୀ ଶୁଳ୍କ ୧୩.୭୫ ପ୍ରତିଶତ ପରିବର୍ତ୍ତେ ୩୫.୭୫ ପ୍ରତିଶତକୁ ବଢ଼ିଯାଇଛି। ଏହାର ସିଧାସଳଖ ପ୍ରଭାବ ସାଧାରଣ ଖାଉଟିଙ୍କ ପକେଟ ଉପରେ ପଡ଼ିଛି।

ଖୁୁଚୁରା ବଜାରରେ ବିଭିନ୍ନ ପ୍ରକାରର ଖାଇବା ତେଲ ଦରରେ ୨୦ଟଙ୍କା ବୃଦ୍ଧି ପାଇବାରୁ ଏବେ ସୋରିଷ ତଲେ ୧୬୦ଟଙ୍କା ହୋଇଛି। ସେହିପରି ବିଭିନ୍ନ ପ୍ରକାର ସନ ଫ୍ଲାୱାର ତେଲ ପୂର୍ବରୁ ଲିଟର ପିଛା ୧୦୦ରୁ ୧୧୦ଟଙ୍କାରେ ବିକ୍ରିି ହେଉଥିବା ବେଳେ ଏବେ ବିଭିନ୍ନ ସ୍ଥାନରେ ୧୨୦ରୁ ୧୩୦ ଟଙ୍କା ଦାମରେ ବିକ୍ରି ହେଉଛି।

ପୂର୍ବରୁ ରାଜ୍ୟରେ ଆଳୁ,ପିଆଜ ବୃଦ୍ଧି ପାଇଥିବା ବେଳେ ସେଥିରୁ ସାମାନ୍ୟ ଆଶ୍ଵସ୍ତି ପାଇଲା ପରେ ବର୍ତ୍ତମାନ ଖାଇବା ତେଲ ଦର ମହଙ୍ଗା ହୋଇଛି।

Leave a Reply

Your email address will not be published. Required fields are marked *