ସୁଭଦ୍ରା ଯୋଜନାରେ ଏପର୍ଯ୍ୟନ୍ତ ୬୦ ଲକ୍ଷ ମହିଳା ପଞ୍ଜୀକରଣ କରିଛନ୍ତି। ଆଜି ପରୀକ୍ଷାମୂଳକ ଭାବେ ଆକାଉଣ୍ଟକୁ ୧ ଟଙ୍କା ଯାଇଛି। ବାକି ୪ ହଜାର ୯୯୯ଟଙ୍କା ୧୭ ତାରିଖରେ ଆକାଉଣ୍ଟକୁ ଯିବ। ବାଲିଅନ୍ତାର ଭକ୍ତିମୟୀ ମହାନ୍ତିଙ୍କ ଆକାଉଣ୍ଟକୁ ୧ ଟଙ୍କା ଯାଇଛି। ଶନିବାର ରାତି ୭ଟା ୨୧ରେ ୧ ଟଙ୍କା ଯାଇଥିବା ସୂଚନା ମିଳିଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୭ରେ ଓଡିଶା ଆସିବାକୁ ଥିବା ବେଳେ ଜନ୍ମଦିନ ଅବସରରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବେ। ସେଦିନ ପଂଜିକୃତ ମହିଳାଙ୍କ ଆକାଉଣ୍ଟକୁ ପ୍ରଥମ କିସ୍ତି ଟଙ୍କା ଯିବ।

Leave a Reply

Your email address will not be published. Required fields are marked *