ଜମ୍ମୁ ଓ କାଶ୍ମୀର ବାରମୂଲ୍ଲାରେ ହୋଇଥିବା ଏନକାଉଣ୍ଟରରେ ସୁରକ୍ଷା ବାହିନୀଙ୍କୁ ମିଳିଛି ବଡ଼ ସଫଳତା। ଆଜି ସକାଳେ ଭାରତୀୟ ସେନା ଏବଂ ଜାମ୍ମୁ କାଶ୍ମୀର ପୋଲିସ ମଧ୍ୟରେ ମିଳିତ ଅପରେସନରେ ତିନି ଜଣ ଆତଙ୍କବାଦୀ ନିହତ ହୋଇଥିବାବେଳେ ଦୁଇ ଜଣ ଯବାନ ଶହୀଦ ହୋଇଛନ୍ତି। ବର୍ତ୍ତମାନ ମଧ୍ୟ ସେହି ଅଞ୍ଚଳରେ ତଲାସି ଅଭିଯାନ ସହ ଗୁଳିବିନିମୟ ଜାରି ରହିଥିବା ସୂଚନା।

ସୂଚନା ମୁତାବକ; ଉତ୍ତର କଶ୍ମୀର ଜିଲ୍ଲାର ପଟ୍ଟାନ ଅଞ୍ଚଳରେ ଆତଙ୍କବାଦୀ ଲୁଚିଥିବା ନେଇ ଗୁପ୍ତଚର ଇନପୁଟ ମାଧ୍ୟମରେ ମିଳିଥିବା ସୂଚନାରୁ ଜଣାପଡିଛି ଯେ ସେଠାରେ କିଛି ଆତଙ୍କବାଦୀ ଲୁଚି ରହିଛନ୍ତି। ସୂଚନା ପାଇବା ପରେ ସେପ୍ଟେମ୍ବର ୧୩-୧୪ ତାରିଖ ମଧ୍ୟରାତ୍ରିରେ ଚକ ଟପର କ୍ରିରି ଅଞ୍ଚଳରେ ଏକ ଅପରେସନ୍ କରାଯାଇଥିଲା। ତଲାସୀ ସମୟରେ ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କ ଉପରେ ଗୁଳିବିନିମୟ କରିଥିଲେ। ବାରାମୁଲ୍ଲାରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ରାତି ସାରା ଜାରି ରହିଥିଲା। ଏଥିରେ ତିନି ଜଣ ଆତଙ୍କୀ ନିପାତ ହୋଇଛନ୍ତି। ସେହିପରି ସୁରକ୍ଷାକର୍ମୀ ମଧ୍ୟ ଆହତ ହୋଇଥିଲେ।

ଅନ୍ୟପଟେ ଅଧିକାରୀଙ୍କ ଅନୁଯାୟୀ ଆହୁରୀ ଦୁଇରୁ ତିନି ଜଣ ଆତଙ୍କବାଦୀ ଏହି ଅଞ୍ଚଳରେ ଲୁଚି ରହିଛନ୍ତି। ଆତଙ୍କବାଦୀଙ୍କୁ ମାରିବା ପାଇଁ ଅପରେସନ ଚାଲିଛି।

Leave a Reply

Your email address will not be published. Required fields are marked *