ପ୍ୟାରିସରେ ଭାରତକୁ ଗୌରବାନ୍ବିତ କରିଥିବା ଭାରତୀୟ ପାରା ଅଲିମ୍ପିଆନଙ୍କୁ ଭେଟି ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଭାରତରେ ଇତିହାସ ରଚିଥିବା ପାରାଆଥ୍‌ଲେଟ୍ ଏବଂ ସେମାନଙ୍କ କୋଚ୍‌ମାନଙ୍କୁ ଧନ୍ୟବାଦ ଦେବା ସହ ସମସ୍ତଙ୍କୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ। ଏହା ସହ ପ୍ୟାରିସ୍ ଅଲିମ୍ପିକ୍ସ ସମୟର ଖେଳାଳିମାନେ ମୋଦିଙ୍କ ସହ ନିଜ ନିଜର ଅନୁଭୂତି ବାଣ୍ଟୁଥିବା ଭିଡିଓ ଦେଖିବାକୁ ମିଳିଛି ।

ପ୍ୟାରିସ୍ ପାରାଲିମ୍ପିକ୍ସରେ ୨୯ଟି ପଦକ ଜିତି ରେକର୍ଡ଼ ସୃଷ୍ଟି କରିବା ପରେ ମଙ୍ଗଳବାର ସ୍ଵଦେଶ ଫେରିଛନ୍ତି ଭାରତୀୟ କ୍ରୀଡ଼ାବିତ୍। ପ୍ୟାରିସ୍ ପାରାଲିମ୍ପିକ୍ସରେ ୭ଟି ସ୍ୱର୍ଣ୍ଣ, ୯ଟି ରୌପ୍ୟ ଏବଂ ୧୩ଟି କାଂସ୍ୟ ସମେତ ମୋଟ୍‌ ୨୯ଟି ପଦକ ଜିତିଛି ଭାରତ। ଟୋକିଓରେ ଭାରତ ୧୯ଟି ପଦକ ଜିତିଥିଲା ଏବଂ ପଦକ ତାଲିକାରେ ୨୪ତମ ସ୍ଥାନରେ ରହିଥିବାବେଳେ ପ୍ୟାରିସରେ ଭାରତ ୧୮ତମ ସ୍ଥାନ ହାସଲ କରିଛି।

 

Leave a Reply

Your email address will not be published. Required fields are marked *