ଦୁର୍ନୀତିଗ୍ରସ୍ତ ସରକାରୀ ବାବୁ ସମ୍ପତ୍ତି ଆକଳନ ବଢ଼ିବାରେ ଲାଗିଛି। ସରକାରୀ କର୍ମଚାରୀଙ୍କ ସମ୍ପତ୍ତି ଦେଖିଲେ ଆଖି ଖୋସି ହୋଇଯିବ। ତେବେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭଞ୍ଜନଗର ଜଳସମ୍ପଦ ବିଭାଗ ସହକାରୀ ଯନ୍ତ୍ରୀ ପ୍ରସନ୍ନ ସ୍ବାଇଁଙ୍କ ଘରେ ଭିଜିଲାନ୍ସ ଚଢ଼ଉ କରିଛି। ଯନ୍ତ୍ରୀଙ୍କ ଭଞ୍ଜନଗର କୁଲାଡ଼ସ୍ଥିତ ବାସଭବନ, ଭଞ୍ଜନଗରର ଆଖପାଖରେ ଥିବା ୬ଟି ସ୍ଥାନ ଓ ବ୍ରହ୍ମପୁରରେ ଥିବା ଘର ସମେତ ୯ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢ଼ଉ କରାଯାଇଛି। ଭଞ୍ଜନଗର କାର୍ଯ୍ୟାଳୟରେ ମଧ୍ୟ ଏକକାଳୀନ ଚଢ଼ଉ ହୋଇଛି।