ବଜ୍ରପାତରେ ଦୁଇ ଜଣଙ୍କ ମୃତ୍ୟୁ । ବାରିପଦାର ବେତନଟୀ ବ୍ଲକ ଡୁମାପଦା ନିକଟ ଜମିରେ ଚାଷ ବେଳେ ବଜ୍ରପାତ । ଏହି ବଜ୍ରପାତରେ ଦୁଇ ଜଣ ଚାଷୀଙ୍କ ମୃତ୍ୟୁ ଘଟିଛି । ମୃତକମାନେ ହେଉଛନ୍ତି ବେତନଟୀ ଥାନା ଅଧୀନ ଭୁଡୁରୁବଣି ଗାଁର ଗୋବିନ୍ଦ ମହାନ୍ତ ଏବଂ ଶଙ୍ଖଯୋଡ଼ ଗ୍ରାମର ଶିବ ହାଁସଦା ।

ସୂଚନା ମୁତାବକ: ଭିନ୍ନ ଭିନ୍ନ ସ୍ଥାନରେ ଚାଷ କରୁଥିବା ବେଳେ ବଜ୍ରପାତ ହେବାରୁ ବିଲରେ ହଠାତ୍ ଟଳି ପଡିଥିଲେ ଭୁଡୁରୁବଣି ଗାଁର ଗୋବିନ୍ଦ ମହାନ୍ତ ଏବଂ ଶଙ୍ଖଯୋଡ଼ ଗ୍ରାମର ଶିବ ହାଁସଦା। ଏହା ଦେଖି ସ୍ଥାନୀୟ ଲୋକମାନେ ଉଭୟଙ୍କୁ ଉଦ୍ଧାର କରି ବେତନଟୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିବା ବେଳେ ଡ଼ାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିବା ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *