ସୀମାରେ ଅନୁପ୍ରବେଶ ଉଦ୍ୟମ ବେଳେ ଭାରତୀୟ ଯବାନଙ୍କ ଗୁଳିରେ ୨ ଆଙ୍କବାଦୀ ନିହତ ହୋଇଛନ୍ତି । ଜାମ୍ମୁ-କାଶ୍ମୀରର ରଜୌରୀ ଜିଲ୍ଲା ଅନ୍ତର୍ଗତ ନୌସେରା ଅଞ୍ଚଳରେ ଗୁଳିବିନିମୟ ହୋଇଛି। ଜାମ୍ମୁ କାଶ୍ମୀରର ଏଲ୍‌ଓସି ନିକଟରେ ୨ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି।

ପାକିସ୍ତାନରୁ କିଛି ଆତଙ୍କବାଦୀ ଅନୁପ୍ରବେଶ କରିବାକୁ ଉଦ୍ୟମ କରୁଥିବା ନେଇ ଭାରତୀୟ ସେନାକୁ ଗୁଇନ୍ଦା ସୂତ୍ରରୁ ସୂଚନା ମିଳିଥିଲା। ଫଳରେ ଭାରତୀୟ ସେନା ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ସେନା ଉପରକୁ ଆତଙ୍କବାଦୀମାନେ ଗୁଳିଚାଳନା କରିଥିଲେ। ସେନା ପକ୍ଷରୁ ପାଲଟା ଗୁଳିଚାଳନା ହୋଇଥିଲା। ବିପୁଳ ମାରଣାସ୍ତ୍ର ଜବତ ହୋଇଛି। ଏବେ ବି ଆତଙ୍କୀ ଲୁଚି ରହିଥିବା ସନ୍ଦେହରେ ସେନା ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି।

Leave a Reply

Your email address will not be published. Required fields are marked *